ନିଆଁ ଲାଗି ୩ ବର୍ଷର ଶିଶୁ ମୃତ

Advertisment
ଏକାମ୍ର କାନନ ଫାର୍ମରେ ନିଆଁ

image source-newsroom.gy

ବନ୍ଧୁଗାଁ : କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଜାଗୁଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଦେବଦଲା ଗାଁରେ ଅଭାବନୀୟ ଘଟଣା ଘଟିଛି। ଘରେ ନିଆଁ ଲାଗି ଜଣେ ୩ବର୍ଷର ଶିଶୁର ଅକାଳ ମୃତ୍ୟୁ ଘଟିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଦେବଦଲା ଗାଁର ମଛାନା ମେଲାକା ଓ ପତ୍ନୀ ରାମି ମେଲେକା କୌଣସି କାମରେ ଆଜି ସକାଳେ ବାହାରକୁ ଯାଇଥିଲେ। ୩ବର୍ଷର ପୁଅ ପ୍ରକାଶ ମେଲେକାକୁ ସେମାନେ ଅଜା ଗାଙ୍ଗନା ଏବଂ ଆଈ ନିମା ମେଲେକା ନିକଟରେ ଛାଡ଼ି ଯାଇଥିଲେ। ତେବେ ଅଜା ଗାଙ୍ଗନା ଗାଈ ଚରାଇବାକୁ ଯିବା ପରେ ପ୍ରକାଶକୁ ଖାଇବାକୁ ଦେଇ ଆଈ ବାସନ ମାଜିବାକୁ ଘର ପାଖ ନାଳକୁ ଯାଇଥିଲେ। ବାସନ ମାଜି ଆଈ ନିମା ଫେରିବା ବେଳକୁ ହୁତ୍‌ହୁତ୍‌ ହୋଇ ଘର ଭିତର ନିଆଁ ଜଳୁଥିଲା। ସାହଯ୍ୟ ପାଇଁ ଡାକ ପକାଇଥିବା ବେଳେ ନିଆଁ ଲିଭାଇ ଘରେ ପଶିବା ବେଳକୁ ସଂପୂର୍ଣ୍ଣ ଜଳିଯାଇ ପ୍ରକାଶର ମୃତ୍ୟୁ ହୋଇ ସାରିଥିଲା।

ଖବର ପାଇ ଶିଶୁର ବାପା ମଛାନା ଘରେ ପହଞ୍ଚିବା ସହ ଘଟଣା ସଂପର୍କରେ ବନ୍ଧୁଗାଁ ଥାନାରେ ଏତଲା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଶୀତ ହେଉଥିବାରୁ କୁଡ଼ିଆ ଭିତରେ କିଛି କାଠ ଗଣ୍ଡିରେ ନିଆଁ ଲଗାଯାଇଥିଲା। ଏହି ନିଆଁ‌ରୁ ଅଗ୍ନିକାଣ୍ଡ ଘଟି ଶିଶୁର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe