୩ ବର୍ଷର ଝିଅକୁ ଚେଙ୍କ

Advertisment
୩ ବର୍ଷର ଝିଅକୁ ଚେଙ୍କ

କବିସୂର୍ଯ୍ୟନଗର : ସ୍ୱାମୀ ସହ ଗଣ୍ଡଗୋଳରୁ ରାଗ ଶୁଝାଇବା ପାଇଁ ୩ ବର୍ଷର କୋମଳମତି ଝିଅକୁ ମା’ର ଚେଙ୍କ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଆଇବି ଛକ ଭାସିଆ କଲୋନିରେ ଏଭଳି ଏକ ଘଟଣା ସାମ୍ନାକୁ ଆସିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମା’ର ଅକଥନୀୟ ନିର୍ଯାତନା ସହୁଥିବା ଝିଅକୁ ବ୍ରହ୍ମପୁର ଚାଇଲଡଲାଇନ୍ ଆଜି ଉଦ୍ଧାର କରିଛି। ତା’ର ପିଠିରେ ବାରମ୍ବାର ଚେଙ୍କ ଦିଆଯାଇଥିବାରୁ ଗଭୀର କ୍ଷତ ସୃଷ୍ଟି ହୋଇଛି।

ମିଳିଥିବା ସୂଚନାନୁସାରେ, ସୁନୀତା ସାହୁଙ୍କ ସ୍ବାମୀ ବୁଲୁ ସାହୁ ସୁରତରେ ରହୁଛନ୍ତି। ସୁନୀତା ଭାସିଆ କଲୋନିରେ ତାଙ୍କର ୩ବର୍ଷର ଝିଅ ସହ ରହୁଥି‌େଲ। ତେବେ ସ୍ବାମୀଙ୍କ ସହ ମନୋମାଳିନ୍ୟରେ ଅତିଷ୍ଠ ହୋଇ ସେ ଏହି ଅକଥନୀୟ ନିର୍ଯାତନା ଦେଉଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe