ପଟ୍ଟା ପାଇଁ ଲାଞ୍ଚ, ମହିଳା କିରାଣିଙ୍କୁ ୩ ବର୍ଷ ଜେଲ୍‌

Advertisment
ପଟ୍ଟା ପାଇଁ ଲାଞ୍ଚ, ମହିଳା କିରାଣିଙ୍କୁ ୩ ବର୍ଷ ଜେଲ୍‌

ଅନୁଗୁଳ : ଜମି ପଟ୍ଟା କରାଇଦେବା ପାଇଁ ଲାଞ୍ଚ ନେଇ ଧରାପଡ଼ିଥିବା ଜଣେ ମହିଳା କିରାଣିଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ। ଏହା ସହ ୫ ହଜାର ଟଙ୍କା ଜରିମାନା କରାଯାଇଛି। ଭିଜିଲାନ୍ସ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏହି କିରାଣି ହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ପଙ୍କଜିନୀ ବିଶ୍ୱାଳ।

ସୂଚନା ଅନୁସାରେ, ପଙ୍କଜିନୀ ୨୦୧୭ ମସିହାରେ ଅନୁଗୁଳ ତହସିଲ ଅଫିସରେ କିରାଣି ଥିଲେ। ସେହି ସମୟରେ ଏକ ମ୍ୟୁଟେସନ୍‌ ମାମଲାରେ ଜମି ପଟ୍ଟା କରାଇବା ପାଇଁ ବନ୍ତଳା ଅଞ୍ଚଳର ଜଣେ ଯୁବକଙ୍କ ପାଖରୁ ୬ ଶହ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍‌ସ ହାତରେ ଧରା ପଡ଼ିଥିଲେ। ପରେ ଭିଜିଲାନ୍‌ସ ତାଙ୍କ ବିରୋଧରେ ୮/୨୦୧୭ରେ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା। ଏହି ମାମଲାର ବିଚାର ଅନୁଗୁଳ ଭିଜିଲାନ୍‌ସ ଅଦାଲତରେ ଚାଲିଥିଲା। ସମୁଦାୟ ୫ ଜଣ ସାକ୍ଷୀଙ୍କ ସାକ୍ଷ୍ୟଗ୍ରହଣ କରାଯାଇଥିଲା। ଏହି ମାମଲାର ଶୁଣ‌ାଣି କରି ସ୍ବତନ୍ତ୍ର ଭିଜିଲାନ୍‌ସ ଜଜ୍‌ ଅନୂପ କୁମାର ପଟ୍ଟନାୟକ ପଙ୍କଜିନୀଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଆଉ ୨ ମାସ ଅଧିକ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe