ମହାବିଦ୍ୟାଳୟର କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ତିନି ଯୁବକ

Advertisment
ମହାବିଦ୍ୟାଳୟର କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ତିନି ଯୁବକ

ବ୍ରହ୍ମପୁର/ ଖଲିକୋଟ: ଗଞ୍ଜାମ ଜିଲ୍ଲାର ଏକ ମହାବିଦ୍ୟାଳୟରେ କାମ କରୁଥିବା ଜଣେ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର କେ ନୂଆ ଗାଁ ଥାନା ଅଞ୍ଚଳରେ ଥିବା ଶିବାନନ୍ଦ ମହାବିଦ୍ୟାଳୟରେ କିରାଣୀଭାବେ କାମ କରୁଥିବା ନିରାକାର ପ୍ରଧାନ ସବୁ ଦିନ ଭଳି ଆଜି ବି ସକାଳ ୧୦ଟା ସମୟରେ ଘରୁ ବାହାରିଥିଲେ।

ସେ ଦିଗପହଣ୍ଡି ବ୍ଲକର କେ ନୂଆ ଗାଁ ଥାନା ଅନ୍ତର୍ଗତ ବମକେଇ ଗ୍ରାମରୁ ଯାଉଥିବା ବେଳେ ହଠାତ୍ ରାସ୍ତାରେ ସେହି ଗ୍ରାମର ତିନିଜଣ ଯୁବକ ନିରାକାର ପ୍ରଧାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ସେମାନେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏହାଫଳରେ ନିରାକାର ପ୍ରଧାନଙ୍କ ବାମ ଏବଂ ଡାହାଣ ହାତରେ ଗଭୀର ଆଘାତ ଲାଗିଛି।

ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବ୍ରହ୍ମପୁରର ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ଏହି ରିପୋର୍ଟ ପ୍ରସ୍ତୁତ ହେବାଯାଏଁ ଥାନାରେ ଲିଖିତ ଅଭିଯୋଗ ହୋଇ ନାହିଁ। ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି କାଣ୍ଡ ଘଟିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe