୩୦ ଏକର ଇକଡ଼ ଫସଲ ଜଳିଗଲା: ପ୍ରାୟ ୨୫ ଲକ୍ଷ ଟଙ୍କାର କ୍ଷୟକ୍ଷତି, ୧୫ ଚାଷୀ ଚିନ୍ତାରେ, ସହାୟତା ଦାବି

Advertisment

ଆଖି ଆଗରେ ଜଳିଗଲା ଏକର ଏକର ଜମିର ଇକଡ଼ ଫସଲ। ନିଆଁ ରୋକିବା ପାଇଁ କିଛି ଉପାୟ ନଥିଲା। ଏପରି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ଦାରୁହା ଅଞ୍ଚଳରେ। ସୂଚନା ଅନୁସାରେ; ଉତ୍ତର ଭୋଗରାଇ ଅଧୀନ ଦାରୁହା, ସିଆଁରୋଇ, ବାଉଁଶଡ଼ିହା, ମହାଗବ, କୁଳିଦା, ଗୁଣୁସାର୍ଥା ପ୍ରଭୃତି ପଞ୍ଚାୟତ ବନ୍ୟା ପ୍ରବଣ।

ଆଖି ଆଗରେ ଜଳିଗଲା ଏକର ଏକର ଜମିର ଇକଡ଼ ଫସଲ। ନିଆଁ ରୋକିବା ପାଇଁ କିଛି ଉପାୟ ନଥିଲା। ଏପରି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ଦାରୁହା ଅଞ୍ଚଳରେ। ସୂଚନା ଅନୁସାରେ; ଉତ୍ତର ଭୋଗରାଇ ଅଧୀନ ଦାରୁହା, ସିଆଁରୋଇ, ବାଉଁଶଡ଼ିହା, ମହାଗବ, କୁଳିଦା, ଗୁଣୁସାର୍ଥା ପ୍ରଭୃତି ପଞ୍ଚାୟତ ବନ୍ୟା ପ୍ରବଣ।

fsfsfsf

କମର୍ଦ୍ଦା: ଆଖି ଆଗରେ ଜଳିଗଲା ଏକର ଏକର ଜମିର ଇକଡ଼ ଫସଲ। ନିଆଁ ରୋକିବା ପାଇଁ କିଛି ଉପାୟ ନଥିଲା। ଏପରି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ଦାରୁହା ଅଞ୍ଚଳରେ। ସୂଚନା ଅନୁସାରେ; ଉତ୍ତର ଭୋଗରାଇ ଅଧୀନ ଦାରୁହା, ସିଆଁରୋଇ, ବାଉଁଶଡ଼ିହା, ମହାଗବ, କୁଳିଦା, ଗୁଣୁସାର୍ଥା ପ୍ରଭୃତି ପଞ୍ଚାୟତ ବନ୍ୟା ପ୍ରବଣ। ତେଣୁ ଏହି ଅଞ୍ଚଳରେ ଚାଷୀମାନେ ଧାନ ପରିବର୍ତ୍ତେ ଇକଡ଼ ଚାଷ କରନ୍ତି। ଚଳିତ ବର୍ଷ ଦାରୁହା ପଞ୍ଚାୟତ ଅଧୀନ ଦାରୁହା ଗ୍ରାମରେ ବିପୁଳ ପରିମାଣରେ ଇକଡ଼ ଫସଲ ହୋଇଛି। ତେବେ ଆଜି ଦି’ପହରରେ ଇକଡ଼ ଜମିରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଗାଁ ଲୋକ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। ଦେଖୁଦେଖୁ ପ୍ରାୟ ୩୦ ଏକର ଜମିର ଇକଡ଼ ଫସଲ ଜଳିଯାଇଥିଲା।

ଭୋଗରାଇ ଦମକଳ ବାହିନୀ ବିଳମ୍ବରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସେତେବେଳକୁ ସବୁକିଛି ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ୧୫ ଜଣ ଚାଷୀ ପ୍ରଭାବିତ ହୋଇଥିବା ବେଳେ କ୍ଷୟକ୍ଷତିର ପରିମାଣ ପ୍ରାୟ ୨୫ ଲକ୍ଷ ହେବ ବୋଲି କୁହାଯାଉଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦେବାପାଇଁ ବିଭିନ୍ନ ମହଲରେ ଦାବି ହେଉଛି। ଉଲ୍ଲେଖ ଥାଉକି; ଇକଡ଼ ଫସଲକୁ ଖଡ଼ି ଫସଲ ମଧ୍ୟ କୁହାଯାଏ। ଅମଳ ହେଉଥିବା ଖଡ଼ି ବା ବାଡ଼ି ପାନବରଜରେ ବ୍ୟବହାର ହୋଇଥାଏ। ଏହି ଫସଲକୁ କୃଷିର ମାନ୍ୟତା ଦେବା ପାଇଁ ଦାବି ହୋଇଆସୁଛି। ହେଲେ ସରକାର ଦାବି ପୂରଣ କରୁ ନାହାନ୍ତି। ଯାହାଦ୍ବାରା ନିଆଁ ଲାଗି ଇକଡ଼ ଫସଲ ନଷ୍ଟ ହେଲେ ଚାଷୀଙ୍କୁ କ୍ଷତିପୂରଣ ମିଳିପାରୁନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe