୩୦ ଶିଶୁଙ୍କୁ ଅଜଣା ଜ୍ବର, ଦୂଷିତ ପାଣି ଯୋଗୁଁ ବ୍ୟାପିଥିବ‌ା ଆଶଙ୍କା

୩୦ ଶିଶୁଙ୍କୁ ଅଜଣା ଜ୍ବର, ଦୂଷିତ ପାଣି ଯୋଗୁଁ ବ୍ୟାପିଥିବ‌ା ଆଶଙ୍କା

ରା.ଉଦୟଗିରି : ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ପୋଡ଼ାସି˚ ଗ୍ରାମରେ ଏବେ ଦୁଇ ଦିନ ହେଲା ଜ୍ବର ଓ ବାନ୍ତି ରୋଗ ଆରମ୍ଭ ହୋଇଛି। ଗଲାକାଲି ରାତିରୁ ଗ୍ରାମର ଶିଶୁମାନେ ଅଚାନକ ବାନ୍ତି କରିବା ଆରମ୍ଭ କରିଥିବା ବେଳେ କେତେକଙ୍କୁ ଜ୍ବର ମଧୢ ହୋଇଛି। ଗ୍ରାମରେ ସମୁଦାୟ ୧୨ଟି ପରିବାର ବସବାସ କରୁଥିବା ବେଳେ ୩୦ରୁ ଅଧିକ ଶିଶୁ ଅସୁସ୍ଥ ହୋଇ ପଡ଼ିଛନ୍ତି। ୨ଦିନ ହେଲା ଜ୍ବର ଓ ବାନ୍ତି ଲାଗି ରହିବା ପରେ ଆଜି ସେମାନଙ୍କୁ ଜଣେ ଗ୍ରାମବାସୀ ରା.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଡାକ୍ତର ସେମାନଙ୍କୁ ପରୀକ୍ଷା ନିରୀକ୍ଷା କରି ଆବଶ୍ୟକ ଔଷଧ ଦେଇଥିଲେ। ତେବେ ରୋଗର କାରଣ ସ˚ପର୍କରେ ଡାକ୍ତରଙ୍କ ମତ ଥିଲା ପାଣି ଦୂଷିତ ଯୋଗୁଁ ଏଭଳି ଜ୍ବର ଓ ବାନ୍ତି ବ୍ୟାପି ଥାଇପାରେ।

ପିଲାଙ୍କ ସାଙ୍ଗରେ ଆସିଥିବା ୨ଜଣ ଗ୍ରାମବାସୀଙ୍କୁ ପଚାରିବାରୁ ଗ୍ରାମରେ ବହୁଦିନ ଧରି ପାନୀୟ ଜଳର ବନ୍ଦୋବସ୍ତ ନଥିବା କହିଛନ୍ତି। ବାହାରର ଦୂଷିତ ପାଣି ସବୁ ସମୟରେ ପିଇବାକୁ ବାଧ୍ୟ ହେଉଛନ୍ତି । ବର୍ଷାଦିନ ଆରମ୍ଭ ହୋଇଯାଇଥିବାରୁ ଦୂଷିତ ପାଇ ପିଇ ଏଭଳି ସମସ୍ୟା ଉପୁଜି ଥାଇପାରେ ବୋଲି କୁହାଯାଇଛି । ଆଜି କିଛି ଅସୁସ୍ଥ ଶିଶୁ ମେଡିକାଲକୁ ଆସି ଔଷଧ ନେଇ ଯାଇଥିବା ବେଳେ ଗ୍ରାମରେ ଆଉ କିଛି ଆକ୍ରାନ୍ତ ଶିଶୁ ରହିଛନ୍ତି। ଯେଉଁମାନେ ମେଡିକାାଲ୍‌ ଆସି ପାରିନାହାନ୍ତି ମୋବାଇଲ୍‌ ହେଲ୍‌ଥ ୟୁନିଟ୍‌ ଜରିଆରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷଶ କରିବାକୁ ଦାବି ହୋଇଛି। ରା.ଉଦୟଗିରି ସଦର ମହକୁମାଠାରୁ ମାତ୍ର ୨କିମି ଦୂରରେ ଥିବା ଶବରପଲ୍ଲୀ ପଞ୍ଚାୟତର ପୋଡ଼ାସି˚ ଗ୍ରାମରେ ଏଭଳି ରୋଗର ତୁରନ୍ତ ପ୍ରତିକାର କରିବାକୁ ଗ୍ରାମବ‌ାସୀ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe