ପାଣି ମିଳୁ ନ ଥିବାରୁ ଗାଁ ଛାଡ଼ୁଛନ୍ତି: ଅନ୍ୟତ୍ର ଚାଲିଗଲେଣି ୩୦ ପରିବାର

Advertisment

ସବୁ ପ୍ରକାର ଉଦ୍ୟମ ସତ୍ତ୍ବେ ଗ୍ରାମବାସୀଙ୍କୁ ପାଣି ମିଳୁନି। ନିଜ ଖର୍ଚ୍ଚରେ ବୋରିଂ କରିଥିଲେ ମଧ୍ୟ ତାହା ବି ଅଚଳ ହୋଇଯାଇଛି। ସମସ୍ୟା ସମାଧାନ ନେଇ ସରକାରଙ୍କ ତରଫରୁ ମଧ୍ୟ କୌଣସି ଆନ୍ତରିକତା ପ୍ରକାଶ ପାଉନି।

ସବୁ ପ୍ରକାର ଉଦ୍ୟମ ସତ୍ତ୍ବେ ଗ୍ରାମବାସୀଙ୍କୁ ପାଣି ମିଳୁନି। ନିଜ ଖର୍ଚ୍ଚରେ ବୋରିଂ କରିଥିଲେ ମଧ୍ୟ ତାହା ବି ଅଚଳ ହୋଇଯାଇଛି। ସମସ୍ୟା ସମାଧାନ ନେଇ ସରକାରଙ୍କ ତରଫରୁ ମଧ୍ୟ କୌଣସି ଆନ୍ତରିକତା ପ୍ରକାଶ ପାଉନି।

fhsfhfhfh

ତାଳଚେର: ସବୁ ପ୍ରକାର ଉଦ୍ୟମ ସତ୍ତ୍ବେ ଗ୍ରାମବାସୀଙ୍କୁ ପାଣି ମିଳୁନି। ନିଜ ଖର୍ଚ୍ଚରେ ବୋରିଂ କରିଥିଲେ ମଧ୍ୟ ତାହା ବି ଅଚଳ ହୋଇଯାଇଛି। ସମସ୍ୟା ସମାଧାନ ନେଇ ସରକାରଙ୍କ ତରଫରୁ ମଧ୍ୟ କୌଣସି ଆନ୍ତରିକତା ପ୍ରକାଶ ପାଉନି। ଖଣି ଅଞ୍ଚଳରେ ଧୀରେ ଧୀରେ ଜଳସ୍ତର ହ୍ରାସ ପାଉଥିବାରୁ ପିଇବା ପାଣି ମୁନ୍ଦେ ପାଇବା କଷ୍ଟକର ହୋଇପଡ଼ିଛି। ତାଳଚେର ଅଞ୍ଚଳରେ ଥିବା କୋଇଲା ଯୋଗୁଁ ଦେଶ ଓ ରାଜ୍ୟର ରାଜକୋଷ ସମୃଦ୍ଧ ହେଉଥିବା ବେଳେ ଏହି ଅଞ୍ଚଳରେ ଥିବା ବୋଇଦାମୁଣ୍ଡା ଗାଁର ଲୋକେ ଜଳାଭାବରୁ ପରିବାର ସହିତ ଭିଟାମାଟି ଛାଡ଼ୁଛନ୍ତି। 

ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍‌ ଗୁରୁଜାଙ୍ଗ ପଞ୍ଚାୟତ ଅନ୍ତର୍ଗତ ବୋଇଦାମୁଣ୍ଡା ଗାଁ। ଏହି ଗାଁରେ ଗତ କିଛି ବର୍ଷ ପୂର୍ବେ ୬୦ରୁ ୭୦ଟି ପରିବାର ବସବାସ କରୁଥିଲେ। ଗାଁକୁ ପୂର୍ବରୁ ଭଲ ରାସ୍ତା ଖଣ୍ଡିଏ ନଥିଲା। ଲୋକମାନଙ୍କ ଦାବି ପରେ ୨୦୧୬ରେ ରାସ୍ତା ନିର୍ମାଣ ହୋଇଥିଲା। ଏପରିକି ବୋଇଦାମୁଣ୍ଡା ଗାଁ ଜଙ୍ଗଲ ମଝିରେ ହୋଇଥିବ‌ାରୁ ବନ୍ୟଜନ୍ତୁଙ୍କ ଭୟ ରହିଛି। ତଥାପି ଗାଁ ଲୋକେ ଜଙ୍ଗଲ ଦେଇ ଯାତାୟାତ କରୁଛନ୍ତି। ହେଲେ ତିନି ଦଶନ୍ଧି ଧରି ପାଣି ଅଭାବ ଦେଖା ଦେଇଥିବାରୁ ଧୀରେ ଧୀରେ ଲୋକମ‌ାନେ ଗାଁ ଛାଡ଼ୁଛନ୍ତି। ପ୍ରଶାସନ ପକ୍ଷରୁ ଗ୍ରାମରେ ୩ଟି ନଳକୂପ ସହିତ ଗୋଟିଏ ଖୋଲାକୂଅ ପ୍ରାୟ ୪୦ ବର୍ଷ ପୂର୍ବେ  ଖନନ କରାଯାଇଥିଲା। ହେଲେ ଏହି ନଳକୂପ ଓ ଖୋଲା କୂଅର କୌଣସି ରକ୍ଷଣାବେକ୍ଷଣ କରାଗଲାନି। ସମସ୍ତ ୩ଟି ନଳକୂପ ଅଚଳ ହୋଇ ପଡ଼ିରହିଛି। ଗ୍ରାମବାସୀଙ୍କ ସହଯୋଗରେ କିଛିବର୍ଷ ନଳକୂପକୁ ମରାମତି କରାଯାଇଥିଲା। ହେଲେ ନଳକୂପ ପାଇପ୍‌ କଣା ହୋଇଯିବାରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ସେମାନେ ଜାଣିବାକୁ ପାଇଲେ। ୨୦୦୧ରେ ଗ୍ରାମବାସୀ ଓ କିଛି ଲୋକଙ୍କ ସହାୟତାରେ ଏକ ବୋର୍‌ୱେଲ ସହିତ ସୋଲାର ପ୍ରକଳ୍ପ ବସାଇ ପାଣି ବ୍ୟବସ୍ଥା କରିଥିଲେ।

ହେଲେ ଉକ୍ତ ବର୍‌ୱେଲ ପାଣି ଖାରିଆ, ଗୋଳିଆ ରହିବାରୁ ତାହା ବ୍ୟବହାର ଅନୁପଯୋଗୀ ହୋଇଥିଲା। ପରେ ୨୦୦୮ରେ ପୁନର୍ବାର ଏହି ଜଳକଷ୍ଟରୁ ମୁକ୍ତି ଲାଗି ଗ୍ରାମବାସୀ ପ୍ରତି ଘରୁ ଅର୍ଥ ସଂଗ୍ରହ କରିବା ସହିତ ଜଙ୍ଗଲ ବିଭାଗର ସହାୟତାରେ ଗ୍ରାମର ଶେଷ ଭାଗରେ ଏକ ବୋର୍‌ୱେଲ ଖନନ କରାଯାଇଥିଲା। ଗ୍ରାମରେ ପାଣି ପାଇପ୍‌ ମଧ୍ୟ ବିଛାଇଥିଲେ। ପ୍ରଥମ ବର୍ଷ ଗ୍ରାମର ପ୍ରତି ଘରକୁ ପାଣି ଗଲା। କିନ୍ତୁ ୨୦୦୯ରେ ଉକ୍ତ ବୋର୍‌ୱେଲ୍‌ରୁ ପାଣି ବାହାରିଲା ନାହିଁ। ଏ ନେଇ ସରପଞ୍ଚ ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅବଗତ କରାଇଥି‌ଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପାଣି ସମସ୍ୟାର ସମାଧାନ ହୋଇନାହିଁ ବୋଲି ଗ୍ରାମର ମାଧବ ଚନ୍ଦ୍ର ଭୂତିଆ କହିଛନ୍ତି। ସେହିଭଳି ପାଣି ସମସ୍ୟା ପାଇଁ ଲୋକେ ଏଠାରେ ଆଉ ରହିବାକୁ ଇଚ୍ଛା ପ୍ରକାଶ କଲେନାହିଁ। ପ୍ରାୟ ୩୦ଟି ପରିବାର ଗ୍ରାମଛାଡ଼ି ଅନ୍ୟତ୍ର ବସବାସ କରୁଥିବା ଗ୍ରାମର ଅଲେଖ ଚନ୍ଦ୍ର ଭୂତିଆ କହିଛନ୍ତି। ଏ ନେଇ ଗୁରୁଜାଙ୍ଗ ସରପଞ୍ଚ ପ୍ରେମାନନ୍ଦ ପାଣିଙ୍କୁ ପଚାରିବାରୁ ବୋଇଦାମୁଣ୍ଡା ଗ୍ରାମର ବୋର୍‌ୱୋଲ ଖରାପ ଅଛି ବୋଲି ଗ୍ରାମବାସୀ ଜଣାଇ ନଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe