ହୀରାକୁଦ ଜଳଭଣ୍ଡାରରେ ବଢୁଛି ଜଳ ସ୍ତର, ୩୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ

Advertisment
ହୀରାକୁଦ ଜଳସ୍ତର ୬୦୮ ଫୁଟ୍‌କୁ ଖସି​ଲା

kalingatv.com

ସମ୍ବଲପୁର: ଗତ ୪ ଦିନ ଧରି ଉପର ମୁଣ୍ଡରେ ଲଗାଣ ବର୍ଷା କ‌ାରଣରୁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି ପାଇଛି। ଶୁକ୍ରବାର ଜଳ ପ୍ରବେଶ ୪ ଲକ୍ଷ କ୍ୟୁସେକ୍ ଛୁଇଁଥିବା ବେଳେ ଜଳସ୍ତର ନିୟନ୍ତ୍ରଣରେ ରଖିବା ପାଇଁ ଆଉ ୧୦ଟି ଗେଟ୍ ଖୋଲା ଯାଇଥିଲା। ଶନିବାର ପର୍ଯ୍ୟାୟ କ୍ରମେ ୧୦ଟି ଗେଟ୍‌ ଖୋଲାଯାଇଛି। ତେବେ ସନ୍ଧ୍ୟା ୫ଟା ବେଳକୁ ହୀରାକୁଦ ଡ୍ୟାମ୍‌ରୁ ୩୦ଟି ଗେଟ୍‌ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ କରାଯାଉଛି। ୪,୬୬,୧୫୫ କ୍ୟୁସେକ୍‌ ଜଳ ପ୍ରବେଶ ହେଉଛି। ସମାନ ପରିମାଣରେ ଜଳ ନିଷ୍କାସିତ ହେଉଛି। ଗେଟ୍‌ ମାଧ୍ୟମରେ ୪,୩୨, ୨୦୮ ଓ ପାୱାର‌‌‌ ଚେନାଲରେ ୩୦,୯୮୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ମହାନଦୀକୁ ୪,୬୩,୧୮୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ସେହିପରି କେନାଲ ଓ ଅନ୍ୟ ମାଧ୍ୟମରେ ୨,୯୬୭ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

ମହାନଦୀ ଶଯ୍ୟା ହୀରାକୁଦ ତଳ ଅଞ୍ଚଳକୁ ସତର୍କ ସୂଚନା ଜାରି ହୋଇଛି। ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଜନସାଧାରଣଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ହୀରାକୁଦ ଡ୍ୟାମ୍‌ର ତଳିଆ ଅଞ୍ଚଳକୁ ଜଳ ପ୍ରବାହ ତୀବ୍ର ରହିଛି। ତେଣୁ ସାଧାରଣ ଜନତା ସତର୍କ ରହନ୍ତୁ ବୋଲି ସେ କହିଛନ୍ତି। ଏଥି ସହିତ ତଳିଆ ଅଞ୍ଚଳରେ ନଦୀକୁ ନଯିବାକୁ ଜିଲ୍ଲାପାଳ ଶ୍ରୀମତୀ ଦାସ ପରାମର୍ଶ ଦେଇଛନ୍ତି। 

ଛତିଶଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଫଳରେ ମହାନଦୀରେ ବନ୍ୟାଜଳ ଆସିଛି। ଆଜି ମଧ୍ୟାହ୍ନରେ ୪ଟି ଗେଟ ଖୋଲାଯାଇଥିଲା। ଅପରାହ୍ନରେ ପୁଣି ୪ଟି ‌ଗେଟ୍‌ ଖୋଲାଯାଇଥିଲା। ତଥାପି ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ିବାରୁ ସନ୍ଧ୍ୟାରେ ପୁଣି ୨ଟି ଗେଟ୍‌କୁ ଖୋଲି ଦିଆଯାଇଛି।

ବର୍ଷାକୁ ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ୧୫ ତାରିଖ ସକାଳ ୮ ସୁଦ୍ଧା ମହାନଦୀ ଅବବାହିକାରେ ଛୋଟ ବନ୍ୟା ସ୍ଥିତି ଉପୁଜିପାରେ। କାରଣ ହୀରାକୁଦରେ ଆଉ ୨ ଗେଟ ଖୋଲିଛି। ଏପର୍ଯ୍ୟନ୍ତ ହୀରାକୁଦ ଜଳଭଣ୍ଡାରରୁ ମୋଟ ୩୦ ଗେଟ୍‌ ଖୋଲି ଦିଆଯାଇଛି। ହୀରାକୁଦରୁ ୫ଲକ୍ଷ କ୍ୟୁସେକ ପାଣି ବାହାରକୁ ଛଡାଯାଉଛି। ଏବେ ୪.୬୬ ହଜାର କ୍ୟୁସେକ ପାଣି ପ୍ରବେଶ କରୁଥିବା ବେଳେ ୬୧୭ ଫୁଟର ପାଣି ଏବେ ହୀରାକୁଦରେ ରେକର୍ଡ କରାଯାଇଛି। ବୈତରଣୀର ଜଳସ୍ତର ଏବେ ଆନନ୍ଦପୁର ପାଖେ ହ୍ରାସ ପାଇଛି।

publive-image

ଭଦ୍ରକ ଜିଲ୍ଲାର ଆଖୁଆପଦା ଠାରେ ବୈତରଣୀର ଜଳସ୍ତର ବିପଦ ସଂକେତ ଉପରେ ରହିଛି । ଏଠାରେ ବିପଦ କଙ୍କେତ ୧୮.୮୩ ରହିଥିବାବେଳେ ଏବେ ବିପଦ ସଂକେତ ଉପରେ ୧୮.୯୭ରେ ଜଳସ୍ତର ପ୍ରବାହିତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe