୩୦ ଗ୍ରାମ୍‌ ବ୍ରାଉନସୁଗାର ଜବତ, ମହିଳା ଗିରଫ

Advertisment
୩୦ ଗ୍ରାମ୍‌ ବ୍ରାଉନସୁଗାର ଜବତ, ମହିଳା ଗିରଫ

ବ୍ୟାସନଗର: ବ୍ୟାସନଗର ପୌରାଞ୍ଚଳ ୧୯ ନମ୍ବର ୱାର୍ଡ ମେଟୁଆଣିପୋଖରୀ ଅଞ୍ଚଳରୁ ପୁଲିସ ଆଜି ସକାଳୁ ୩୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ଏହି ମାମଲାରେ ୧୯ ନଂ ୱାର୍ଡ ବିଜେଡିର ପ୍ରାକ୍ତନ ମହିଳା ସଭାନେତ୍ରୀ ଝୁମୁରି ପାତ୍ର (୩୫)ଙ୍କୁ ଗିରଫ କରାଯାଇଛି।

ଗିରଫ ମହିଳାଙ୍କ ସହ ଶାସକଦଳର ପ୍ରଭାବଶାଳୀ ନେତାଙ୍କ ସଂପର୍କକୁ ନେଇ ସହରରେ ଚର୍ଚ୍ଚା ଜୋରଧରିଛି। ଗିରଫ ମହିଳାଜଣକ ଶାସକଦଳର ବିଧାୟକ, ପୂର୍ବତନ ବିଧାୟକଙ୍କ ସହିତ ଉଠାଇଥିବା ଫଟୋ ସୋସିଆଲ ମିଡିଆରେ ଛାଡ଼ିଛନ୍ତି। ଝୁମୁରିଙ୍କ ସ୍ଵାମୀ ରବୀନ୍ଦ୍ର ପାତ୍ର ମଧ୍ୟ ବିଜେଡିର ଆଗଧାଡ଼ିର ନେତା। ଏହାକୁ ଅସ୍ତ୍ର କରି ଦୀର୍ଘ ବର୍ଷ ହେଲା ବ୍ରାଉନ୍‌ସୁଗାର ବେପାର ଚାଲିଥିଲା ବୋଲି ଅଭିଯୋଗ ହେଉଛି। ବ୍ରାଉନ୍‌ସୁଗାର କାରବାର ସଂପର୍କରେ ଅଭିଯୋଗ ପାଇବା ପରେ ଇନ୍ସପେକ୍ଟର ସମୀର କୁମାର ମହାନ୍ତି ସଦଳବଳେ ଆଜି ତାଙ୍କ ଘରେ ଚଢ଼ଉ କରିଥିଲେ। ତାଙ୍କଠାରୁ ଜବତ ୩୦ ଗ୍ରାମ ବ୍ରାଉନ୍‌ସୁଗାର ମିଳିଛି। ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ଏହି କାରବାରର ଚେର ବାଲେଶ୍ବରରୁ ବ୍ୟାସନଗରକୁ ଲମ୍ବିଛି।

ସେଠାରୁ ପ୍ରତି ସପ୍ତାହରେ ଦୁଇଥର ବ୍ରାଉନ୍‌ସୁଗାର ଆସୁଛି। ଝୁମୁରିଙ୍କ ପରି ସହରରେ ଅନେକ ମହିଳା ନିଶା କାରବାର କରୁଥିବା ନେଇ ଖବର ଅଛି ବୋଲି ଇନ୍ସପେକ୍ଟର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। କେସ ନଂ ୧୪୧/୨୨ ଦଫା ୨୧ (ବି) ଏ ଡିପିଏସ ମାମାଲା ରୁଜୁ କରି ଏନେଇ ଅଧିକ ତଦନ୍ତ ଚାଲିଛି। ଏହି ଚଢ଼ଉରେ ଏସ୍‌ଆଇ ଦିଲୀପ କୁମାର ନାୟକ, ସତ୍ୟ ନାରାୟଣ ପ୍ରଧାନ, ଯଯାତି କେଶରୀ ପଣ୍ଡା, କ୍ଷୀରୋଦ କୁମାର ସାହୁ, ସରୋଜ କୁମାର ବେହେରା, ଗୟାଧର ସେଠୀ, ରାକେଶ କୁମାର ମୁର୍ମୁ, ଲିପ୍ସା ସାହୁ, ମମତା ମାଝୀ ସାମିଲ ହୋଇଥିଲେ। ସ୍ବତନ୍ତ୍ର ସ୍କ୍ୱାଡ୍‌ ଓ ଭ୍ରାମ୍ୟମାଣ ଟିମ୍‌ ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe