ସ୍ବାମୀ-ସ୍ତ୍ରୀଙ୍କ ବିବାଦର ଭୟଙ୍କର ପରିଣତି: ବୋହୂ, ୨ ନାତିଙ୍କୁ ଘରେ ପୂରାଇ ନିଆଁ ଲଗାଇଦେଲା ଶ୍ବଶୁର

Advertisment
ସ୍ବାମୀ-ସ୍ତ୍ରୀଙ୍କ ବିବାଦର ଭୟଙ୍କର ପରିଣତି: ବୋହୂ, ୨ ନାତିଙ୍କୁ ଘରେ ପୂରାଇ ନିଆଁ ଲଗାଇଦେଲା ଶ୍ବଶୁର

ପର୍ଜଙ୍ଗ/କାମାକ୍ଷାନଗର : ନିଶା ସେବନର ଭୟଙ୍କର ପରିଣତି କେମିତି, ତାହା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମରେ।

ସ୍ବାମୀ ଶରତ ନାଏକ ନିଶାସକ୍ତ ଭାବରେ ଘରକୁ ଆସିବାରୁ ହୋଇଥିଲା ବିବାଦ। ଏଥିରେ ଉତ୍ତ୍ୟକ୍ତ ହୋଇ ଘର ଛାଡ଼ି ଚାଲିଯାଇଥିଲେ ସ୍ତ୍ରୀ ସତ ନାଏକ। ଏ ନେଇ ଶ୍ବଶୁର ତାଙ୍କ ବୋହୂ ଏବଂ ୨ ଛୋଟ ନାତିଙ୍କୁ ଘରେ ପୂରାଇ ନିଆଁ ଲଗାଇ ଦେଇଥିଲେ। ଶେଷରେ ଏହାର କରୁଣ ପରିଣତି ଭୋଗିବାକୁ ପଡ଼ିଛି ପୂରା ଗାଁକୁ। ଅଗ୍ନିକାଣ୍ଡରେ ସାହିର ୧୮ ପରିବାର ସର୍ବସ୍ବାନ୍ତ ହୋଇ ଯାଇଛନ୍ତି। ସେମାନଙ୍କ ୩୦ ବଖରା ଘର ପାଉଁଶ ହୋଇଯାଇଛି। ଆଜି ଅପରାହ୍‌ଣ ପ୍ରାୟ ୨ଟା ବେଳେ ଘଟିଛି ଏହି ଘଟଣା। ନିଆଁକୁ ଆୟତ୍ତ କରିବା ପାଇଁ କାମାକ୍ଷାନଗର ଓ ପର୍ଜଙ୍ଗର ୨ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିଲେ। ପ୍ରାଥମିକ ଆକଳନ ଅନୁସାରେ ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି।

ସୂଚନା ଅନୁଯାୟୀ ଗ୍ରାମର ଶରତ ନାଏକଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା। ନିଶାସକ୍ତ ଅବସ୍ଥାରେ ଶରତ ତାଙ୍କ ଘରେ ନିଆଁ ଲଗାଇ ଦେଇଥିବା ବୋହୂ ସତ ନାଏକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe