ନିଆଁରେ ଜଳିଗଲା ୩୦ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ନିଆଁରେ ଜଳିଗଲା ୩୦ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମରେ ଆଜି ଭୟାଭୟ ଅଗ୍ନିକାଣ୍ଡ ହୋଇଛି। ଅଗ୍ନିକାଣ୍ଡରେ ୩୦ ବଖରାରୁ ଅଧିକ ଘର ଜଳିଯାଇଛି। ଅଗ୍ନିକାଣ୍ଡର କାରଣ ଅଷ୍ପଟ ରହିଛି। ନିଆଁକୁ ଆୟତ୍ତ କରିବା ପାଇିଁ କାମାକ୍ଷାନଗର ଓ ପର୍ଜଙ୍ଗର ୨ଟି ଅଗ୍ନିଶମ ବାହିନି ଟିମ ନିୟୋଜିତ ଥିଲେ।ପ୍ରାଥମିକ ଆକଳନ ଅନୁସାରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି।

publive-image

ସୂଚନା ଅନୁସାରେ ଗ୍ରାମର ଶରତ ନାଏକଙ୍କ ଘରୁ ପ୍ରଥମେ ନିଆଁ ଲାଗିଥିଲା। ପରେ ନିଆଁ ଲାଗି ଏକ ଗ୍ୟାସ ଟାଙ୍କି ଫାଟି ଯିବାରୁ ନିଆଁ ବ୍ୟାପି ଯାଇଥିଲା। ଦେଖୁ ଦେଖୁ ସାହିରେ ଥିବା ସମସ୍ତ ଘର ନିଆଁ ଲାଗି ଜଳି ଯାଇଥିଲା। ନିଆଁର ପ୍ରକୋପ ଏତେ ଯୋରରେ ଥିଲା ଯେ ପିନ୍ଧା ବସ୍ତ୍ର ଛଡା ଆଉ କିଛି ଉଦ୍ଧାର କରାଯାଇ ପାରି ନାହିଁ। ନିଆଁରେ ଏକ ବାଇକ ମଧ୍ୟ ପୋଡି ଯାଇଥିବା ଦେଖିବାକୁ ମିଳିଛି। ଧାନ, ଚାଉଳ, ଟଙ୍କା, ସୁନା, ବାସନ କୁସନ ସବୁ ପୋଡି ପାଉଁଶ ହୋଇଯାଇଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe