ଶେରଗଡ଼ ନିକଟରେ ଟ୍ରକ୍‌ ପଛରେ ଧକ୍କା ଖାଇଲା ତୀର୍ଥଯାତ୍ରୀ ବସ୍‌; ଅନ୍ୟୂନ ୩୦ ଯାତ୍ରୀ ଆହତ

ଶେରଗଡ଼ ନିକଟରେ ଟ୍ରକ୍‌ ପଛରେ ଧକ୍କା ଖାଇଲା ତୀର୍ଥଯାତ୍ରୀ ବସ୍‌; ଅନ୍ୟୂନ ୩୦ ଯାତ୍ରୀ ଆହତ

ବାଲେଶ୍ୱର: ଶନିବାର ପାହାନ୍ତାରେ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଅଞ୍ଚଳର ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ମେଘା ପେଟ୍ରୋଲ୍‌ ପମ୍ପ୍‌ ନିକଟରେ ଏକ ତୀର୍ଥଯାତ୍ରୀ ବସ୍‌ ଗୋଟାଏ ଟ୍ରକ୍‌ ସହ ଧକ୍କା ଖାଇବାରୁ ଅନ୍ୟୂନ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।

ପଶ୍ଚିମବଙ୍ଗର ହୁଗୁଳିରୁ ପ୍ରାୟ ୭୦ ଜଣ ଯାତ୍ରୀଙ୍କୁ ନେଇ ସେ ବସ୍‌ଟି ପୁରୀ ଅଭିମୁଖେ ଯାଉଥିଲା। ପାହାନ୍ତା ପ୍ରାୟ ୪ଟା ବେଳେ ବସ୍‌ଟି ମେଘା ପେଟ୍ରୋଲ୍‌ ପମ୍ପ୍‌ ପାଖ ଜାତୀୟ ରାଜପଥରେ ଯାଉଥିବା ବେଳେ ରାସ୍ତା କଡ଼କୁ ଠିଆ ହୋଇଥିବା ଗୋଟାଏ ଟ୍ରକ୍‌ ପଛରେ ଧକ୍କା ଖାଇଥିଲା।
ଧକ୍କା ଯୋଗୁଁ ବସ୍‌ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ଅନ୍ୟୂନ ୩୦ଜଣ ଆହତ ହୋଇଛନ୍ତି।

publive-image

ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍‌ସ୍‌ ଡକାଇ ଚିକିତ୍ସା ନିମନ୍ତେ ସେମାନଙ୍କୁ ଖନ୍ତାପଡ଼ା ଡାକ୍ତରଖାନାକୁ ପଠାଇଥିଲେ। ଆହତ ଯାତ୍ରୀଙ୍କ ମଧ୍ୟରୁ ଯେଉଁମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଧକ୍କା ହେବା ପରେ ବସ୍‌ ଚାଳକ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛି। ଠିଆ ହୋଇଥିବା ଟ୍ରକ୍‌ଟି ମଧ୍ୟ ସେଠାରୁ ଚାଲିଯାଇଛି।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ସେ ବସ୍‌ରୁ ଚାଳକଙ୍କ ମୋବାଇଲ୍‌ ଫୋନ୍‌ଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe