ଗାଡ଼ି ସହ ୩୦ କେଜି ଗଞ୍ଜେଇ ଜବତ, ୩ ଗିରଫ

Advertisment
ଗାଡ଼ି ସହ ୩୦ କେଜି ଗଞ୍ଜେଇ ଜବତ, ୩ ଗିରଫ

Complex

କଣ୍ଟାମାଳ: ଗଞ୍ଜେଇ ଚୋରା ଚାଲାଣ ବେଳେ କଣ୍ଟାମାଳ ପୁଲିସ ଚଢ଼ଉ କରି ଗାଡ଼ି ସହ ଗଞ୍ଜେଇ ଜବତ କରିଛି। ଏହି ମାମଲାରେ ୩ ଜଣଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଗଞ୍ଜେଇ ଚାଲାଣ ସଂପର୍କରେ ପୁଲିସ ଖବର ପାଇ ଗତକାଲି ତିଲକାମାଲ ଛକରେ ଜଗି ରହିଥିଲା। ଏକ କାର୍‌ (ସିଜି ୦୪ କେଏଚ୍‌ ୦୯୯୯)କୁ ଅଟକାଇ ତନଖି କରିଥିଲା।

ଗାଡ଼ିରୁ ୩୩କେଜି ୨୦୦ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଚାଲାଣରେ ସଂପୃକ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଛତିଶଗଡ଼ ରାଜ୍ୟ ରାୟପୁର ଜିଲ୍ଲା ଗୁଡ଼ିୟାରୀ ଥାନା ଅଞ୍ଚଳର ଅମିତ ରାହୁଲକର, ରାମୁ ସାହୁ ଓ ଅଭିଷେକ ସୋନୀ। ଅଭିଯୁକ୍ତଙ୍କଠାରୁ ଗୋଟିଏ ଗାଡ଼ି ଓ ଦୁଇଟି ମୋବାଇଲ୍ ଫୋନ୍‌ ଜବତ ହେବା ସହ  କେସ୍‌ ନମ୍ୱର୍ ୭୦/୨୨ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତିନି ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ବୋଲି ଡିଏସ୍‌ପି ତପସ୍ଵିନୀ କହଁର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe