ବୌଦ୍ଧ: ଜଣେ ମହିଳା ଗଞ୍ଜେଇ ପ୍ୟାକେଟ୍ କରୁଥିବା ବେଳେ ଅବକାରୀ ବିଭାଗ ହାତରେ ଧରା ପଡ଼ିଛନ୍ତି। ତାଙ୍କଠାରୁ ୩୦ କିଲୋ ଗଞ୍ଜେଇ ଜବତ କରାଯିବା ସହ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନାନୁସାରେ ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ସକାଳେ ହରଭଙ୍ଗା ଅବକାରୀ ଥାନା ଅନ୍ତର୍ଗତ ଲୁଣିବାହାଲ ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିଲା। ଏହି ସମୟରେ ନିକଟସ୍ଥ ବାରବାଣୀ ଗ୍ରାମରେ ଚୋରା ଚାଲାଣ ପାଇଁ ଗଞ୍ଜେଇ ପ୍ୟାକେଟ କରାଯାଉଥିବା ସୂଚନା ପାଇ ଅବକାରୀ ଅଧିକାରୀମାନେ ଗାଁ’ର ଶ୍ୟାମ ପାତ୍ରଙ୍କ ଘର ଉପରେ ଚଢ଼ଉ କରିଥିଲେ।
ଘର ବାରିପଟେ ଏକ ଶାଗୁଆନ ଗଛ ତଳେ ଗଞ୍ଜେଇ ପ୍ୟାକେଟ୍ କରୁତିବା ଶ୍ୟାମଙ୍କ ପତ୍ନୀ ବାସନ୍ତି (୪୨)ଙ୍କୁ ଗିରଫ କରାଯିବା ସହ ୩୦ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ଚଢ଼ଉରେ ଇନ୍ସପେକ୍ଟର ସାଗରିକା ପ୍ରଧାନ, ହରଭଙ୍ଗା ଅବକାରୀ ଥାନାଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକ, ଏଏସ୍ଆଇ ପବିତ୍ର ଜଗଦେବଙ୍କ ସହ ବୌଦ୍ଧ ଓ ହରଭଙ୍ଗାର ଅବକାରୀ କର୍ମଚାରୀମାନେ ସାମିଲ ଥିଲେ।
Follow Us