ଉମରକୋଟ: ଆଜି ନବରଂଗପୁର ଜିଲ୍ଲା ରାଇଘର ଠାରୁ ଭୁବନେଶ୍ଵର ଯାଉଥିବା କିଙ୍ଗଫିସର୍ ନାମକ ଏକ ଘରୋଇ ବସରୁ ୩୦ ଜଣ ଆଦିବାସୀ ଯୁବତୀଙ୍କୁ ଉମରକୋଟ ପୁଲିସ ଉଦ୍ଧାର କରିଛି। ଉଦ୍ଧାର ଯୁବତୀମାନଙ୍କୁ ସେମାନଙ୍କ ଘରକୁ ପଠା ଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଆଜି ରାଇଘର ଅଞ୍ଚଳର ୩୦ ଜଣ ଆଦିବାସୀ ଯୁବତୀ କିଙ୍ଗଫିସର ନାମକ ଘୋରୋଇ ବସରେ ଭୁବନେଶ୍ୱର ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଉମରକୋଟ ପୁଲିସ ଅତିରିକ୍ତ ଆଇଆଇସି ଲିମା ରାଜ ପ୍ରଧାନ, ସେକେଣ୍ଡ ଅଫିସର ପ୍ରମୋଦ କୁମାର ଖଣ୍ଡୁଆଲ୍ ଓ ରଞ୍ଜିତା ବେହେରା ଓ ଆଇ.ଆର.ବି ପୁଲିସ ଟିମ ବସଷ୍ଟାଣ୍ଡ ଠାରେ ବସରୁ ୩୦ ଜଣ ଆଦିବାସୀ ଯୁବତୀଙ୍କୁ ଉଦ୍ଧାର କରିବା ସହ ଏମାଙ୍କ ସହ ଦଲାଲକୁ ମଧ୍ୟ ପୁଲିସ କ।ବୁ କରିଛି। ଏହି ଆଦିବାସୀ ଯୁବତୀଙ୍କ ବୟସ ୧୮ ରୁ ୨୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।
/sambad/media/post_attachments/wp-content/uploads/2021/01/fe8f4b42-1d0e-4a42-9e2f-36e589a315bd-771x1024.jpg)
ତେବେ ଯୁବତୀ ଓ ଦଲାଲଙ୍କ କହିବା ହେଲା ଏମାନେ ୩ ମାସିଆ ସିଲେଇ ତାଲିମ ନେବା ପାଇଁ ଯାଉଥିବା ପ୍ରକାଶ କରିଛନ୍ତି। ତେବେ ଉମରକୋଟ ପୁଲିସ ସମସ୍ତ ଉଦ୍ଧାର ଯୁବତୀଙ୍କୁ ଏକ ଘରୋଇ ବସ ରେ ରାଇଘର ପଠାଇଥିବା ବେଳେ ସେମାନଙ୍କୁ ଉମରକୋଟ ପୁଲିସ ରାଇଘର ନେଇ ଛାଡ଼ି ଆସିଛ। ତେବେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କିମ୍ବା ସରପଂଚ କିମ୍ବା ନିଜ ପିତା-ମାତାଙ୍କର କୌଣସି ଅନୁମତି ପତ୍ର ନ ଥିବା ଦେଖି ଏହି ଯୁବତୀ ଚାଲାଣ ହେଉଥିବା ଅନୁମାନ କରାଯାଉଛି। ତେବେ ଥାନା ରେ ଦଲାଲ୍ ଅଟକ ଥିବା ବେଳେ ପୋଲିସ ଉପଖଣ୍ଡ ଅଧିକାରୀ ହେମନ୍ତ କୁମାର ପାଢ଼ୀଙ୍କ ନିର୍ଦ୍ଦେଶ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2021/01/Aadibasi-girl-15_thumb.jpg)