ନିର୍ବାଚନ ଡ୍ୟୁଟିରେ ମୃତ୍ୟୁ ହେଲେ ୩୦ଲକ୍ଷ

Advertisment
ପାଣି ଭର୍ତ୍ତି ବାଲ୍‌ଟିରେ ବୁଡ଼ି ଶିଶୁପୁତ୍ରର ମୃତ୍ୟୁ

sisat

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନାରେ ନିୟୋଜିତ ହୋଇଥିବା କୌଣସି କର୍ମଚାରୀଙ୍କର କୋଭିଡ ଜନିତ ମୃତ୍ୟୁ ହେଲେ ତାଙ୍କ ପରିବାର ଲୋକଙ୍କୁ ୩୦ଲକ୍ଷ ଟଙ୍କା ମିଳିବ। ଏହାବାଦ୍ ଯଦି କୌଣସି କର୍ମଚାରୀଙ୍କର ଉଗ୍ରବାଦୀ ବା ଅସାମାଜିକ ବ୍ୟକ୍ତିଙ୍କ ଦ୍ବାରା ରାସ୍ତାରେ ସଶସ୍ତ୍ର ଆକ୍ରମଣ ବା ଲ୍ୟାଣ୍ଡମାଇନ ବିସ୍ଫୋରଣ, ବମ୍ବିଂରେ ମୃତ୍ୟୁ ହେଲେ ମୃତକଙ୍କ ପରିବାର ଲୋକଙ୍କୁ ବି ୩୦ଲକ୍ଷ ଟଙ୍କା ମିଳିବ। ଏସବୁ ବାଦ୍‌ ଅନ୍ୟ କୌଣସି ପ୍ରକାରର ମୃତ୍ୟୁ ହେଲେ ମୃତକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ରାଶି ପ୍ରଦାନ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସେହିପରି ‌େକୗଣସି ଆକ୍ରମଣ ଯୋଗୁଁ ଯଦି କର୍ମଚାରୀ ସଂପୂର୍ଣ୍ଣ ଭିନ୍ନକ୍ଷମ(କୌଣସି ଅଙ୍ଗ, ଆଖି ନଷ୍ଟ ହୋଇଗଲେ) ହୁଅନ୍ତି ତେବେ ତାଙ୍କୁ ୧୫ଲକ୍ଷ ଟଙ୍କା ମିଳିବ। ସଡ଼କ ଦୁର୍ଘଟଣା ବା ନିର୍ବା‌ଚନ ପରିଚାଳନାବେଳେ ଅନ୍ୟ କୌଣସି କାରଣରୁ ସଂପୂର୍ଣ୍ଣ ଭିନ୍ନକ୍ଷମ ହେଲେ ((କୌଣସି ଅଙ୍ଗ, ଆଖି ନଷ୍ଟ ହୋଇଗଲେ) ତାଙ୍କୁ ୭ଲକ୍ଷ ୫୦ହଜାର ଟଙ୍କା ମିଳିବ। ଗୁରୁତର ଆହତ ହୋଇଥିଲେ କିମ୍ବା କୌଣସି କୌଣସି ଦୁର୍ଘଟଣା ଜନିତ ଆହତ ହେଲେ ତାଙ୍କୁ ସର୍ବାଧିକ ୨ଲକ୍ଷ ଟଙ୍କା ମିଳିବ। କେହି ନିର୍ବାଚନ ଡ୍ୟୁଟି ସମୟରେ କରୋନା ଆକ୍ରାନ୍ତ ହେଲେ ତାଙ୍କର ବିନା ଦେୟରେ ସମସ୍ତ ଚିକିତ୍ସା କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe