ରାଜ୍ୟରେ ୩୦ଟି ସାଇନ୍ସ ପାର୍କ କରାଯିବ : ମନ୍ତ୍ରୀ ଅଶୋକ ପଣ୍ଡା

Advertisment
ରାଜ୍ୟରେ ୩୦ଟି ସାଇନ୍ସ ପାର୍କ କରାଯିବ : ମନ୍ତ୍ରୀ ଅଶୋକ ପଣ୍ଡା

ଭୁବନେଶ୍ବର: ସାଇନ୍ସ ପାର୍କ ଖୋଲିବା ପାଇଁ ଆଜି ଗୃହରେ ଆଲୋଚନା ହୋଇଛି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ, ରାଜ୍ୟରେ ମୋଟ ୩୦ଟି ସାଇନ୍ସ ପାର୍କ କରାଯିବ। ଗୋଟିଏ ସାଇନ୍ସ ପାର୍କ ନିର୍ମାଣ ପାଇଁ ୩୦ ମାସ ସମୟ ଲାଗିବ। ପ୍ରଥମ ପର୍ଯ୍ୟାୟରେ ୧୦ଟି ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ଆଉ ୧୦ଟି ସାଇନ୍ସ ପାର୍କ ଖୋଲିବା ନେଇ ଗୃହରେ ସୂଚନା ଦେଇଛନ୍ତି ମନ୍ତ୍ରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭୁବନେଶ୍ୱରରେ ଗୋଟିଏ ସାଇନ୍ସ ପାର୍କ ରହିଛି। ଏହାସହ ୪ଟି ସ୍ଥାନରେ ସାଇନ୍ସ ପାର୍କ ନିର୍ମାଣ କରିବା ନେଇ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ରାଜ୍ୟର ବାରିପଦା, କେଉଁଝର, ଗୋପାଳପୁର ଓ ରାୟଗଡ଼ାଠାରେ ସାଇନ୍ସ ପାର୍କ ହେବ । ଏହାସହ ରାଉରକେଲା ଏବଂ ବଲାଙ୍ଗୀରରେ ହେବାକୁ ଥିବା ସାଇନ୍ସ ପାର୍କ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଏହାଛଡ଼ା ୩୦ଟି ଜିଲ୍ଲାରେ ୩୦ଟି ବିଜ୍ଞାନ କେନ୍ଦ୍ର ଖୋଲିବ ପାଇଁ ନିଷ୍ପତ୍ତି ହୋଇଛି। ସମସ୍ତ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ସ୍ଥାନୀୟ ପୌରସଂସ୍ଥାକୁ ହସ୍ତାନ୍ତର କରାଯିବ।

ବର୍ତ୍ତମାନ ରାଜ୍ୟରେ ଦୁଇଟି ପ୍ଲାନେଟୋରିୟମ କାର୍ଯ୍ୟକ୍ଷମ ରହିଛି। ସେହିଭଳି ବାରିପଦା, କେନ୍ଦୁଝର, ଗୋପାଳପୁର ଓ ରାୟଗଡ଼ାରେ ପ୍ଲାନେଟୋରିୟମ ନିର୍ମାଣ କରିବା ପାଇପଲାଇନରେ ରହିଛି। ମୁଖ୍ୟମନ୍ତ୍ରୀ ରାଉରକେଲା ପ୍ରକଳ୍ପ ପାଇଁ ଶୁଭ ଦେଇଛନ୍ତି। ବଲାଙ୍ଗୀରରେ ହେବାକୁ ଥିବା ସାଇନ୍ସ ପାର୍କ ପାଇଁ ପ୍ରସ୍ତୁତି ଆରମ୍ଭ କରଯାଇଛି ବୋଲି ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe