ନିର୍ବନ୍ଧ ଭୋଜି ଖାଇ ୩୦ ଅସୁସ୍ଥ

ନିର୍ବନ୍ଧ ଭୋଜି ଖାଇ ୩୦ ଅସୁସ୍ଥ

ବଡ଼ଚଣା : ନିର୍ବନ୍ଧ ଭୋଜି ଖାଇ ବଡ଼ଚଣା ବ୍ଲକ ଶାଳାପଡା ପଞ୍ଚାୟତ ଝାଟିଆପଡ଼ା ଗ୍ରାମର ୩୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ  ୮ ଜଣଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଗତକାଲି ରାତିରେ ଏହି ଗ୍ରାମର ବାସୁ ରାଉତଙ୍କ ପୁଅ ବାହାଘର ପାଇଁ ନିର୍ବନ୍ଧ ଭୋଜିର ଆୟୋଜନ ହୋଇଥିଲା। ଏହି ଭୋଜି ଖାଇଥିବା ଗ୍ରାମର ୩୦ ରୁ ଅଧିକ ଲୋକେ ଆଜି ସକାଳେ ଝାଡ଼ାବାନ୍ତିର ଶିକାର ହୋଇଥିଲେ। ଏମାନଙ୍କ ମଧ୍ୟରୁ ସୁଦାମ ଦେହୁରୀ, ନିହଲ ଦେହୁରୀ, ବାସୁଦେବ ରାଉତ, କୈଳାସ ଦେହୁରୀ, ରେଣୁ ରାଉତ, ତୁଳସୀ ଦେହୁରୀ, ଟିକିଲି ରାଉତ ଓ ଧରଣୀଧର ରାଉତ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଆଜି ସନ୍ଧ୍ୟାରେ ଏକ ଡାକ୍ତରୀଦଳ ଝାଟିଆପଡ଼ା ଗ୍ରାମକୁ ଯାଇ ଆକ୍ରାନ୍ତ ଲୋକଙ୍କୁ ଚିକିତ୍ସା କରିଛନ୍ତି। ପରିସ୍ଥିତି ଉପରେ ନଜର ରଖାଯାଇଥିବା ନେଇ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରଶ୍ମି ରଞ୍ଜନ ପଶାୟତ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe