ସମ୍ବଲପୁର : ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ୩୦ ଯୁବକ ଅଟକ

Advertisment

ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରି ଭୋଜି, ୩ ଜଣଙ୍କ ନାମରେ ମାମଲା; ହ୍ବାଟ୍‌ସ ଆପ୍‌ରେ କ୍ବାରଣ୍ଟିନ୍‌ଙ୍କ ପରିଚୟ ସେୟାର, ୨ ଜଣଙ୍କ ନାମରେ ମାମଲା

ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରି ଭୋଜି, ୩ ଜଣଙ୍କ ନାମରେ ମାମଲା; ହ୍ବାଟ୍‌ସ ଆପ୍‌ରେ କ୍ବାରଣ୍ଟିନ୍‌ଙ୍କ ପରିଚୟ ସେୟାର, ୨ ଜଣଙ୍କ ନାମରେ ମାମଲା

ଜାଣନ୍ତୁ ଲକ୍‌ଡାଉନ୍‌ରେ କ’ଣ ଖୋଲା ରହିବ

ସମ୍ବଲପୁର : ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା ହୋଇଥିବା ସମୟରେ ଘରୁ ନବାହାରିବା ପାଇଁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଏଭଳି ସ୍ଥିତିରେ ସରକାରଙ୍କ ନିର୍ଦେଶକୁ ନମାନି ବିନା କାମରେ ବାହାରେ ବୁଲୁଥିବା ଲୋକଙ୍କୁ ପୁଲିସ୍‌ ତାଗିଦ୍‌ କରିବା ସହ ସେମାନଙ୍କ ଗାଡ଼ି ମଧ୍ୟ ଜବତ କରୁଛି। ବୁଧବାର ସହରର ୫ଟି ଥାନା ଅଞ୍ଚଳ‌ରେ ଚାଲିଥିବା ୨୦ଟି ବ୍ଲକିଂ ଓ ଚେକିଂ ପଏଣ୍ଟରେ ପ୍ରାୟ ୩୦ ଜଣ ଯୁବକଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି। ସେମାନେ କେଉଁ ଜରୁରୀ କାର୍ଯ୍ୟରେ ବାହାରକୁ ବାହାରିଛନ୍ତି ତାହା ଯାଞ୍ଚ କରିବା ପରେ ବିନା କାମରେ ବୁଲୁଥିବା ଯୁବକଙ୍କ ବି‌ରୋଧରେ ମାମଲା ରୁଜୁ ହେବ ବୋଲି ଜଣାପଡ଼ିଛି।

ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରି ଭୋଜି, ୩ ଜଣଙ୍କ ନାମରେ ମାମଲା
ସମ୍ବଲପୁର : ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରି ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଏନ୍‌ଏସ୍‌ସିବି ମହାବିଦ୍ୟାଳୟ ପଛପାର୍ଶ୍ବରେ ଭୋଜି ଚାଲିଥିଲା। ଏସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଯୋଗ ହେବା ପରେ ଧନୁପାଲି ପୁଲିସ୍‌ ଭାରତୀୟ ଦଣ୍ଡବିଧି ଧାରା ୧୮୮/ ୩୪ ଅନୁଯାୟୀ ୩ ଯୁବକଙ୍କ ବିରୋଧରେ କେସ୍‌ ନଂ ୧୪୪/୨୦୨୦ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ହ୍ବାଟ୍‌ସ ଆପ୍‌ରେ କ୍ବାରଣ୍ଟିନ୍‌ଙ୍କ ପରିଚୟ ସେୟାର, ୨ ଜଣଙ୍କ ନାମରେ ମାମଲା
ସମ୍ବଲପୁର : କ୍ବାରାଣ୍ଟିନ୍‌(ସଙ୍ଗରୋଧ) ଥିବା ଲୋକଙ୍କ ପରିଚୟ ହ୍ବାଟ୍‌ସ ଆପ୍‌ ମାଧ୍ୟମରେ ସେୟାର କରିବା ମହଙ୍ଗା ପଡ଼ିଲା। ଦୁଇ ଦିନ ହେବ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ବାରାଣ୍ଟିନ୍‌ଙ୍କ ଘର ସମ୍ମୁଖରେ ଲଟ୍‌କା ଜାରି କରାଯାଉଛି। ଏହି ଲଟ୍‌କା ବା ପୋଷ୍ଟରରେ କ୍ବାରାଣ୍ଟିନ୍‌ ଥିବା ବ୍ୟକ୍ତି ଓ ତାଙ୍କ ପରିବାର ବର୍ଗଙ୍କ ନାମ ଲେଖା ରହୁଛି। କ୍ବାରାଣ୍ଟିନ୍‌ରେ ଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖିବାକୁ ସରକାରଙ୍କ ପକ୍ଷରୁ ନିର୍ଦେଶ ଜାରି କରାଯାଇଥିବା ସତ୍ତ୍ବେ ଏହାକୁ ଉଲ୍ଲଂଘନ କରି ଧନୁପାଲି ଥାନା ସାକ୍ଷୀପଡ଼ାର ଓ ଟାଉନ୍‌ ଥାନା ଅଞ୍ଚଳର ଜଣେ ଯୁବକ ପୋଷ୍ଟରଗୁଡ଼ିକୁ ହ୍ବାଟସ୍‌ ଆପ୍‌ରେ ସେୟାର କରିଥିଲେ। ଏନେଇ ଅଭିଯୋଗ ହେବା ପରେ ଧନୁପାଲି ପୁଲିସ୍‌ ଏହି ୨ ଯୁବକଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଧାରା ୧୮୮/୩୪ ଅନୁଯାୟୀ କେସ୍‌ ନଂ ୧୪୬/୨୦୨୦ ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe