ଆସନ୍ତା ଶିକ୍ଷା ବର୍ଷ ପ୍ରାରମ୍ଭରେ ୩୦୦ ଆଦର୍ଶ ବିଦ୍ୟାଳୟର ସମସ୍ତ ନିର୍ମାଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

Advertisment

ଅଧକ ୮୦ ହଷ୍ଟେଲ୍‌ ଆସନ୍ତା ଶିକ୍ଷା ବର୍ଷ ଆରମ୍ଭ ପୂର୍ବରୁ ସଂପୂର୍ଣ୍ଣ କରିବାକୁ ପରାମର୍ଶ 

ଅଧକ ୮୦ ହଷ୍ଟେଲ୍‌ ଆସନ୍ତା ଶିକ୍ଷା ବର୍ଷ ଆରମ୍ଭ ପୂର୍ବରୁ ସଂପୂର୍ଣ୍ଣ କରିବାକୁ ପରାମର୍ଶ 

ଆସନ୍ତା ଶିକ୍ଷା ବର୍ଷ ପ୍ରାରମ୍ଭରେ ୩୦୦ ଆଦର୍ଶ ବିଦ୍ୟାଳୟର ସମସ୍ତ ନିର୍ମାଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଆଦର୍ଶ ବିଦ୍ୟାଳୟକୁ ଶୀଘ୍ର କାର୍ଯ୍ୟକ୍ଷମ କରବା ପାଇଁ ଆସନ୍ତା ଜୁନ୍‌ ୨୦୨୨ ସୁଦ୍ଧା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସମସ୍ତ ନିର୍ମାଣ କାର୍ଯ୍ୟକୁ ଶେଷ କରିବା ସହିତ ଆସନ୍ତା ଡିସେମ୍ବର ୨୦୨୧ ମଧ୍ୟରେ ସ୍କୁଲ ଗୃହର ପୁନଃବିନ୍ୟାସ ଏବଂ ରୂପାନ୍ତରଣ କାର୍ଯ୍ୟ ଏବଂ ୮୦ଟି ବାଳିକା ହଷ୍ଟେଲ ଗୃହ କାର୍ଯ୍ୟ ଶେଷ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତିା ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ମାସିକ ସମୀକ୍ଷା ବୈଠକ ଭର୍ଚୁଆଲ ମୋଡରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସେ ଏ ସଂପର୍କରେ ସୂଚିତ କରିଛନ୍ତିା ପ୍ରମୁଖ ସଚିବ ଶ୍ରୀ ସାହୁ ଆସନ୍ତା ଶିକ୍ଷାବର୍ଷ ଜୁନ୍‌ ମାସରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନୂତନ ଅଟ୍ଟାଳିକାରେ ପାଠପଢ଼ା କାର୍ଯ୍ୟ ଆରମ୍ଭ କରିବାକୁ ଗୁରୁତ୍ୱ ପ୍ରଦାନ କରିଥଲୋ

ବିରିଡ଼ି, ଅସ୍ତରଙ୍ଗ, ଝାରବନ୍ଧ(ବରଗଡ଼) ପ୍ରଭୃତି ସ୍ଥାନରେ ଆଦର୍ଶ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ହୋଇନ ଥବାରୁ ସଚିବ ଶ୍ରୀ ସାହୁ ଅସନ୍ତୋଷ ପ୍ରକାଶ କର ଥିଲୋ ସେହିପରି ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ୍‌ରେ ନୂତନ ସ୍ଥାନ ଚିହ୍ନଟ କରି କାର୍ଯ୍ୟ ଆରମ୍ଭ କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥଲାା ଆସନ୍ତା ଶିକ୍ଷାବର୍ଷ ପ୍ରାରମ୍ଭରେ ୮୦ଟି ଛାତ୍ରୀନିବାସ କାର୍ଯ୍ୟକ୍ଷମ କରାଯିବା ଏଥ ସହିତ ଯେଉଁ ଆଦର୍ଶ ବିଦ୍ୟାଳୟର ପ୍ରାଚୀର ନାହିଁ ସେହି ସ୍କୁଲର ପ୍ରାଚୀର ନିର୍ମାଣ କରିବା ପାଇଁ ନିର୍ମାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛିା

ଆବଶ୍ୟକ ଥବା ବିଦ୍ୟାଳୟଗୁଡ଼ିକରେ ଆପ୍ରୋଚ୍‌ ରୋଡ୍‌ କାର୍ଯ୍ୟ ହାତକୁ ନିଆଯିବ ଏବଂ ନିର୍ମାଣ ବିଭାଗ ସମସ୍ତ ଆଦର୍ଶ ବିଦ୍ୟାଳୟର ଭିତ୍ତିଭୂମି ଯୋଗାଇ ଦେବା ପାଇଁ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି, ଯାହା ଦ୍ୱାରାକି ଅତିରିକ୍ତ ବଜେଟ୍‌ରେ ଅର୍ଥ ବ୍ୟବସ୍ଥା କରାଯାଇପାରିବା ସମସ୍ତ ନିର୍ବାହୀ ସଂସ୍ଥାଗୁଡ଼ିକ ଉନ୍ନତ ମାନର ନିର୍ମାଣ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବା ସହ ଏଗୁଡ଼ିକରେ ୱାଟର ପ୍ରୁଫ ରଙ୍ଗ କରିବାକୁ ପରାମର୍ଶ ଦେଇଥଲୋ ଭୁବନେଶ୍ୱର ଅନ୍ଧାରୁଆଠାରେ ନିର୍ମାଣ ହେବାକୁ ଥବା ମଡେଲ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସମସ୍ତ ଆନୁଷଙ୍ଗିକ ନକ୍ସା ଓ ଡିଜାଇନ୍‌ ପ୍ରସ୍ତୁତ ହୋଇସାରିଛି, ଯାହାକି ଯଥାଶୀଘ୍ର ଓବିସିସି ମାଧ୍ୟମରେ ହୋଇ ୨୦୨୩ ମସିହାରେ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛିା ଉକ୍ତ ଉତ୍କର୍ଷ ଆଦର୍ଶ ବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟରେ ୫୦୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ମାନର ଶିକ୍ଷା ପ୍ରଦାନ କରିବାକୁ ସରକାରଙ୍କର ଲକ୍ଷ୍ୟ ଅଛିା

ଏ ସମସ୍ତ କାମକୁ ଓଡ଼ିଶା ବ୍ରିଜ୍‌ ନିର୍ମାଣ ନିଗମକୁ ୨୦୨୩ ସୁଦ୍ଧା ସାରିବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥଲୋ ସମସ୍ତ ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଏକ ବିକାଶ ନକ୍ସା ପ୍ରସ୍ତୁତ କରି ତଦନୁଯାୟୀ ସମସ୍ତ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ଵିତ କରାଯିବାକୁ ଯୋଜନା କରାଯାଉଛିା ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀଙ୍କ ସମେତ ମୁଖ୍ୟଯନ୍ତ୍ରୀ ନିର୍ମାଣ, ମୁଖ୍ୟଯନ୍ତ୍ରୀ, ଜଳ ଓ ପରିମଳ ବିଭାଗ, ମୁଖ୍ୟଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ଟାଟା ଷ୍ଟିଲର କ୍ଷେତ୍ର ଅଧକାରୀ ପ୍ରମୁଖ ଭର୍ଚୁଆଲ ମୋଡ୍ରେ ଯୋଗଦେଇଥଲୋ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe