ଏମ୍‌ଏସ୍‌ପି ପାଇଁ ଭୋଟ୍ ବର୍ଜନ କରିବେ ୩୦୦ ପରିବାର

Advertisment
ଏମ୍‌ଏସ୍‌ପି ପାଇଁ ଭୋଟ୍ ବର୍ଜନ କରିବେ ୩୦୦ ପରିବାର

ଝାରସୁଗୁଡ଼ା: ଝାରସୁଗୁଡ଼ା ବ୍ଲକ ମରାକୁଟା ପଞ୍ଚାୟତ ଅନ୍ତର୍ଗତ ଏମ୍‌ଏସ୍‌ପି ମେଟାଲିକ୍ସ ତଥା ବର୍ତ୍ତମାନର ଓଡ଼ିଶା ମେଟାଲିକ୍ସ କମ୍ପାନିର ମନମାନିକୁ ବିରୋଧ କରି ୩ଶହ ପୂର୍ବ କର୍ମଚାରୀଙ୍କ ପରିବାର ଭୋଟ୍‌ ବର୍ଜନ ଚେତାବନୀ ଦେଇଛନ୍ତି। ଏ ନେଇ ବୁଧବାର କମ୍ପାନିର ପୂର୍ବତନ କର୍ମଚାରୀମାନେ ଉପ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ତୁରନ୍ତ ଏହି ସମସ୍ୟାର ସମାଧାନ କରାନଗଲେ ଭୋଟ୍‌ ବର୍ଜନ କରିବେ ବୋଲି ଲିଖିତ ଭାବେ ଜଣାଇଛନ୍ତି।

ଅଭିଯୋଗ ଅନୁସାରେ, ୨୦୧୬ ମସିହାରେ ଏମ୍‌ଏସ୍‌ପି କମ୍ପାନିରେ ହଠାତ୍‌ ତାଲା ଝୁଲିବା ପରେ ଏହା ଉପରେ ନିର୍ଭରଶୀଳ ୩ଶହ ପରିବାର ଚିନ୍ତାରେ ପଡ଼ି ଯାଇଥିଲେ। ଏହି କମ୍ପାନି ପୁଣିଥରେ ଓଡ଼ିଶା ମେଟାଲିକ୍ସ ନାମରେ ଖୋଲିବା ପରେ ପୂର୍ବତନ କର୍ମଚାରୀମାନେ ପୁନଃ ଚାକିରି ପାଇବା ଆଶାରେ ରହିଥିଲେ। ବିଗତ ଏହି ୮ ବର୍ଷରେ ପୂର୍ବତନ ଶ୍ରମିକମାନେ ସଂଗ୍ରାମ ଜାରି ରଖିଥିବା ବେଳେ ଶ୍ରମ ଅଦାଲତ ମଧ୍ୟ ସେମାନଙ୍କୁ ପୁନଃ ନିଯୁକ୍ତି ପାଇଁ ଆଦେଶ କରିଛନ୍ତି।

ଏ ସମ୍ପର୍କରେ ପୂର୍ବତନ କର୍ମଚାରୀମାନେ ବାରମ୍ବାର ଶ୍ରମ ଆୟୋଗ, ଜିଲ୍ଲା ପ୍ରଶାସନ, ଶ୍ରମ ମନ୍ତ୍ରୀ, ରାଜ୍ୟ ସରକାରଙ୍କ ଦ୍ବାରସ୍ଥ ହୋଇଛନ୍ତି। କିନ୍ତୁ କେହି ଏସମ୍ପର୍କରେ କର୍ଣ୍ଣପାତ କରିନାହାନ୍ତି। ଇତି ମଧ୍ୟରେ ୨୦୧୯ ସାଧାରଣ ନିର୍ବାଚନ ଓ ୨୦୨୩ ଉପ ନିର୍ବାଚନ ବି ସରିଗଲାଣି। ମାତ୍ର ସେମାନଙ୍କ ଥଇଥାନ ପାଇଁ କୌଣସି ପଦକ୍ଷେପ ନିଆଯାଇନି। ଓଡ଼ିଶା ମେଟାଲିକ୍ସ କମ୍ପାନି କର୍ତ୍ତୃପକ୍ଷ ଦିନ ପରେ ଦିନ ଗଡ଼ାଇ ଚାଲିଥିବା ବେଳେ ଏହି ପୂର୍ବତନ କର୍ମଚାରୀଙ୍କୁ କେବଳ ଠକି ଆସିଥିବା ଅଭିଯୋଗ ହୋଇଛି। କିଛି ପୂର୍ବତନ କର୍ମଚାରୀଙ୍କର ଏହି ଚିନ୍ତାରେ ମୃତ୍ୟୁ ମଧ୍ୟ ହୋଇସାରିଲାଣି। ତେଣୁ ପ୍ରଶାସନ ଏଦିଗରେ ଯଦି ତୁରନ୍ତ କୌଣସି ପଦକ୍ଷେପ ନନେବ ତେବେ ଏହି କର୍ମଚାରୀମାନେ ଭୋଟ୍‌ ଦେବେନାହିଁ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe