୯୧ ଜେଲ୍‌ରେ ଲାଗିବ ୩ଶହ ମୋବାଇଲ ଲୋକେଟର, ମୋବାଇଲ ବ୍ୟବହାରଶୂନ୍ୟ ହେବ ଜେଲ୍‌

Advertisment
୯୧ ଜେଲ୍‌ରେ ଲାଗିବ ୩ଶହ ମୋବାଇଲ ଲୋକେଟର, ମୋବାଇଲ ବ୍ୟବହାରଶୂନ୍ୟ ହେବ ଜେଲ୍‌

ଭୁବନେଶ୍ୱର: ଜେଲ୍‌ରେ ବୁଲୁଛି ମୋବାଇଲ। ଅପରାଧୀ ସେଲ୍ଫି ଉଠାଉଛନ୍ତି, ଜେଲ୍‌ ଭିତରର ଟିକ୍‌ଟକ୍‌ ଭିଡିଓ ବି ଭାଇରାଲ କରୁଛନ୍ତି। ମୋବାଇଲ ଜରିଆରେ ଜେଲ୍‌ ଭିତ‌ରେ ଥାଇ ବାହାରେ ଅପରାଧ ପରିଚାଳନା କରୁଛନ୍ତି ଗ୍ୟାଙ୍ଗ୍‌ଷ୍ଟର୍‌। ଜଗି ପାରୁନି ଜାମର, ଯାଞ୍ଚ ବେଳେ ବି ଧରାପଡ଼ୁନି। ଏହା ଉପରେ ରୋକ୍‌ ଲଗାଇବା ପାଇଁ ନୂଆ ବ୍ୟବସ୍ଥା ହେଉଛି। ପ୍ରଥମଥର ପାଇଁ ରାଜ୍ୟରେ ଥିବା ସମସ୍ତ ୯୧ଟି ଜେଲ୍‌ ପାଇଁ ୩ଶହ ମୋବାଇଲ ଲୋକେଟର୍‌ କିଣାଯାଉଛି। ଏଥିପାଇଁ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ସ୍ଥିର ହୋଇଛି। ମାର୍ଚ୍ଚ ସୁଦ୍ଧା ଜେଲ୍‌ରେ ମୋବାଇଲ ବ୍ୟବହାରଶୂନ୍ୟ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ସୂଚନା ଦେଇଛନ୍ତି କାରାଗାର ନିର୍ଦ୍ଦେଶକ ସନ୍ତୋଷ ଉପାଧ୍ୟାୟ। ଏ ନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ସେ କହିଛନ୍ତି।

publive-image image source-scroll.in

ସୂଚନା ମୁତାବକ, ରାଜ୍ୟରେ ୯୧ଟି ଜେଲ୍‌ ରହିଛି। ଏଥିରେ ୧୫ ହଜାର ୯୬୫ଜଣ ବନ୍ଦୀ ରହିଛନ୍ତି। ବିଭିନ୍ନ ସମୟରେ ଜେଲ୍‌ଗୁଡ଼ିକରେ ମୋବାଇଲ ବ୍ୟବହାର ହେଉଥିବା ଚର୍ଚ୍ଚା ହୋଇଛି। ଜେଲ୍‌ ଭିତରୁ ଅଭିଯୁକ୍ତଙ୍କ ସେଲ୍ଫି ଓ ଟିକ୍‌ଟକ୍‌ ଭିଡିଓ ଭାଇରାଲ ହୋଇ ଅବାଧ ମୋବାଇଲ ବ୍ୟବହାରର ପ୍ରମାଣ ଦେଇଛି। ଜେଲ୍‌ଗୁଡ଼ିକରେ ମୋବାଇଲ ରହିଲେ ମଧ୍ୟ ନେଟ୍‌ୱର୍କ ଉପଲବ୍ଧ ନ ହେବା ପାଇଁ ଜାମର୍‌ ଲାଗିଛି। ହେଲେ ତାହା କାମ ଦେଉନଥିବା ଏହିସବୁ ଘଟଣାରୁ ପ୍ରମାଣିତ ହୋଇଚି। ଏଭଳି ଲଗାତାର ହେବା ପରେ କାରାଗାର ବିଭାଗ ବିବାଦକୁ ଆସିଥିଲା। ଫଳରେ ଅଧିକାରୀମାନଙ୍କ ଚିନ୍ତା ବଢ଼ିବା ସହ ଏହାର ପ୍ରତିକାର ପାଇଁ ମାନସ ମନ୍ଥନ ହୋଇଥିଲା। ଶେଷରେ ୭୫ଲକ୍ଷ ଟଙ୍କା ଖର୍ଚ୍ଚରେ ଏହି ଲୋକେଟର୍‌ କିଣିବାକୁ ଯୋଜନା ହୋଇଛି। ମୋବାଇଲ ଥିଲେ ଏହି ମେସିନ୍‌ ତତ୍‌କ୍ଷଣାତ୍‌ ଚିହ୍ନଟ କରିବ। ସେଗୁଡ଼ିକୁ ତୁରନ୍ତ ଜବତ କରାଯିବ। ତେବେ କେବଳ ସିଗ୍‌ନାଲ ଥିଲେ ହିଁ ଏହାକୁ ‘ଲୋକେଟ୍‌’ କରିହେବ। କିନ୍ତୁ ମୋବାଇଲ ବନ୍ଦ କିମ୍ବା ‘ଫ୍ଲାଇଟ୍‌ ମୋଡ୍‌’ରେ ଥିଲେ ଚିହ୍ନଟ ସମ୍ଭବ ହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe