ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍ ୩୦୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୮୩ ଜଣ ସଂଗରୋଧ ଓ ୨୨୬ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୩୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
/sambad/media/post_attachments/wp-content/uploads/2020/10/EjzdFRZVkAcRZdw-844x1024.jpg)
ସୂଚନା ଅନୁସାରେ ଭୁବନେଶ୍ୱରରୁ ଆଜି ପର୍ଯ୍ୟନ୍ତ ୨୪ ହଜାର ୫୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୦ ହଜାର ୮୮୮ ଜଣ ରୋଗୀ ସୁସ୍ଥ ହୋଇସାରିଛନ୍ତି। ଏବେ ୩ ହଜାର ୫୧୯ ଜଣ ଆକ୍ରାନ୍ତ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୧୦୯ ଜଣଙ୍କର ମୃତ୍ୟୁ ହୋଇଛି।
/sambad/media/post_attachments/wp-content/uploads/2020/10/EjzdGlhVcAE8Ogg-694x1024.jpg)
ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ୟୁନିଟ-୬ ଓ ପଟିଆସ୍ଥିତ ସଂଗରୋଧରୁ ୫-୫ ଜଣ, ଖଣ୍ଡଗିରିରୁ ୪ ଜଣ, ପୁରୁଣା ଭୁବନେଶ୍ୱର, ବରମୁଣ୍ଡା, ଝାରପଡ଼ା ଓ ନୟାପଲ୍ଲୀ, ଭିଏସ୍ଏସ୍ ନଗରରୁ ୩-୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ନୟାପଲ୍ଲୀରୁ ୨୧ ଜଣ, ପଟିଆ, ପୁରୁଣା ଭୁବନେଶ୍ୱରରୁ ୧୦-୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଶୈଳଶ୍ରୀ ବିହାର, ରସୁଲଗଡ଼ରୁ ୮ ଜଣ ଲେଖାଏଁ, ଭିଏସ୍ଏସ୍ ନଗର, କଳିଙ୍ଗ ବିହାରରୁ ୭ ଜଣ ଲେଖାଏଁ, ପୋଖରୀପୁଟ, ସୁନ୍ଦରପଦା, ଡୁମଡୁମା, ଚନ୍ଦ୍ରଶେଖରପୁରରୁ ୫ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
Follow Us