କାର୍‌ କବାଟ ଭିତରେ ଭୁବନେଶ୍ବରକୁ ଚାଲାଣ ହେଉଥିଲା ଗଂଜେଇ, ଜବତ କଲା ଅବକାରୀ ବିଭାଗ

Advertisment
କାର୍‌ କବାଟ ଭିତରେ ଭୁବନେଶ୍ବରକୁ ଚାଲାଣ ହେଉଥିଲା ଗଂଜେଇ, ଜବତ କଲା ଅବକାରୀ ବିଭାଗ

ଭଞ୍ଜନଗର: କନ୍ଧମାଳ ଜିଲ୍ଲାରୁ ରାଜଧାନୀ ଭୂବନେଶ୍ବରକୁ ଚୋରା ଗଞ୍ଜେଇ ଚାଲାଣ ବେଧଡ଼କ ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ମୁଖ୍ୟ ଟ୍ରାନ୍‌ଜିଟ୍‌ ପଏଣ୍ଟ୍ ପାଲଟିଛି। ଘାଟି ରାସ୍ତା ଦେଇ ନିୟମିତ ବ୍ୟବଧାନରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅନେକ ସମୟରେ ଅବକାରୀ ଓ ପୁଲିସ୍ ପ୍ରଶାସନକୁ ଖୋଲା ଚାଲେଞ୍ଜ ଦେଉଛନ୍ତି ଚାଲାଣକାରୀ ମାନେ। ଗତ କିଛି ମାସ ଧରି ଗଞ୍ଜେଇ ଧରପଗଡକୁ ଅବକାରୀ ବିଭାଗ ପକ୍ଷରୁ ଜୋରଦାର କରାଯାଇଥିବା ବେଳେ ଗଞ୍ଜେଇ ଚାଲାଣ ପାଇଁ ଭିନ୍ନ ପନ୍ଥା ଆପଣାଉଛନ୍ତି ଗଞ୍ଜେଇ ବେପାରୀ। କିନ୍ତୁ ଚୋରା ଚାଲାଣ ଥମିବାର ନା ନେଉନାହିଁ। ଏଭଳି ଏକ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ କାବୁ କରିଛି ଭଞ୍ଜନଗର ଅବକାରୀ ଟିମ୍। ଏକ କାର୍ର କବାଟ ଭିତରେ ଥିବା ଫାଙ୍କରେ ଗଞ୍ଜେଇ ପ୍ୟକେଟ୍ ଭର୍ତ୍ତି କରି ଭୂବନେଶ୍ବରକୁ ଚାଲାଣ କରୁଥିବା ସମୟରେ ଜବତ କରାଯାଇଥିବା ସୂଚନା ଦେଇଛନ୍ତି ଅବକାରୀ ଅଧିକାରୀ ରମ୍ଭା ବାଗ୍।

publive-image

ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାରଖମା ଗ୍ରାମର ଶମ୍ଭୁ ଦିଗାଲ ଏକ ମାରୁତି କାର୍ରେ ଗଞ୍ଜେଇ ନେଇ ଆସୁଥିବା ଅବକାରୀ ଟିମ୍ ଖବର ପାଇଥିଲେ। ଏହାପରେ ସୋରାଦେବୀ ଜଙ୍ଗଲ ନିକଟରେ ରମ୍ଭାବାଗ୍ଙ୍କ ନେତୃତ୍ବରେ ଏକ ଟିମ୍ ଯାଞ୍ଚ କରୁଥିବା ସମୟରେ ଉକ୍ତ କାର୍କୁ ଅଟକାଇଥିଲେ। ଯାଞ୍ଚ କରିବା ପରେ କାର୍ଟିର କବାଟ ଭିତରେ ଗଞ୍ଜେଇ ରହିଥିବା ଦେଖିବାକୁ ପାଇ ଘଟଣାସ୍ଥଳରେ ସମସ୍ତ ଗଞ୍ଜେଇ ବାହାର କରିବା ପରେ ସେଥିରେ ୩୧ କେଜି ଗଞ୍ଜେଇ ରହିଥିବା ସେ ପ୍ରକାଶ କରିଛନ୍ତି। ଏଥିସହ ଅଭିଯୁକ୍ତ ଶମ୍ଭୁ ବାଲିଗୁଡ଼ାରୁ ଭୂବନେଶ୍ବର ଗଞ୍ଜେଇ ନେଉଥିବା ଅବକାରୀ ଟିମ୍ ଆଗରେ କହିଥିବା ବେଳେ ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଚଢଉରେ ଅବକାରୀ ଅଧିକାରୀ ଶ୍ରୀମତୀ ବାଗଙ୍କ ସମେତ ରମେଶ୍ବର ବେହେରା,ସନାତନ ନାହକ,ଜଗନ୍ନାଥ ମହାପାତ୍ର ,କୃଷ୍ଣଚନ୍ଦ୍ର ସେଠୀ ଓ ସୁବଳ ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe