ପୁରୀ ଘୋଷଯାତ୍ରା ପାଇଁ ୨ୟ ପର୍ଯ୍ୟାୟରେ ଗଲା ୩୧ଖଣ୍ଡ କାଠ

Advertisment
ଆର୍‌ଡିସିଙ୍କ ରଥକାଠ ସଂଗ୍ରହ ବୈଠକ: ୫ ବନଖଣ୍ଡରୁ ଆସିବ ୭୪୭ ଖଣ୍ଡ ରଥକାଠ

ହରଭଙ୍ଗା : ପୁରୀର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ସକାଶେ ରଥ ନିର୍ମାଣ ପାଇଁ ସୋମବାର ବୌଦ୍ଧ ବନଖଣ୍ଡ ଅଧୀନ ହାତୀଧରା ସଂରକ୍ଷିତ ଜଙ୍ଗଲରୁ ଦ୍ୱିତୀୟ ପର୍ଯ୍ୟାୟରେ ୩୧ଖଣ୍ଡ ଅସନ କାଠ ପଠାଯାଇଛି। ସେଥିମଧ୍ୟରୁ ୨୦ଫୁଟ୍‌ ଲମ୍ବ ୩ଫୁଟ ଗୋଲେଇର ୧୦ଖଣ୍ଡ ଏବଂ ୧୨ଫୁଟ୍‌ ଲମ୍ବ ୩ ଫୁଟ୍‌ ଗୋଲେଇର ୨୧ଖଣ୍ଡ କାଠକୁ ମିଶାଇ ସମୁଦାୟ ୩୧ଖଣ୍ଡ ଅସନ କାଠ ପଠାଯାଇଛି।

publive-image

ସ୍ଥାନୀୟ ତଳଗାଁ ଏବଂ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ କାଠ ବୋଝେଇ ଟ୍ରକ୍‌ ଆଗରେ ନାମ ସଂକୀର୍ତ୍ତନ ଏବଂ ପୂଜାର୍ଚ୍ଚନା କରି ବିଦାୟ ଦେଇଥିଲେ। ସେଠାରେ ସମିତି ସଭ୍ୟଙ୍କ ପ୍ରତିନିଧି ଭାବେ ନିରଞ୍ଜନ ସାହୁଙ୍କ ସମେତ ବନ କର୍ମଚାରୀ ସୁଶାନ୍ତ ସାହୁ, ପ୍ରକାଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe