ରାୟଗଡ଼ାରୁ କେରଳ ଲିଙ୍କ: ୪ ଯୁବକଙ୍କ ବ୍ୟାଗ୍‌ରୁ ୩୧କିଲୋ ଗଂଜେଇ ଜବତ

Advertisment
ରାୟଗଡ଼ାରୁ କେରଳ ଲିଙ୍କ: ୪ ଯୁବକଙ୍କ ବ୍ୟାଗ୍‌ରୁ ୩୧କିଲୋ ଗଂଜେଇ ଜବତ

ରାୟଗଡ଼ା: ଅମ୍ବାଦୋଳା ପୁଲିସକୁ ଗଂଜେଇ ଧରପଗଡ଼ରେ ମିଳିଛି ବଡ଼ ସଫଳତା। ଏଥର କିନ୍ତୁ ଗଂଜେଇ ଚାଲାଣ କୌଣସି ଗାଡ଼ି କିମ୍ବା ବାଇକ୍‌ରେ ନୁହେଁ। ବାହାର ରାଜ୍ୟର ଯୁବକମାନେ ନିଜ ନିଜ ବ୍ୟାଗଗୁଡ଼ିକରେ ଗଂଜେଇ ଲଦି ରେଳ ଯୋଗେ ଚାଲାଣ କରୁଥିଲେ। ଏମାନେ ହେଲେ କେରଳ ଅଂଚଳର ଆଲବିନ ଭାରଗିସ(୨୪), ଅଖିଲ ସେଲମେଣ୍ଟ ସୁରେଶ(୨୨), ଶରତ ସାହୁ(୨୨) ଏବଂ ସୁହିଲ ଜାକିର(୨୫)।

ସୂଚନା ଅନୁସାରେ ରବିବାର ସଂଧ୍ୟାରେ ଅମ୍ବାଦୋଳା ପୁଲିସ ଷ୍ଟେସନ ଛକ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ୪ ଜଣ ଯୁବକ କାରଗିଲ ଛକ ଆଡ଼ରୁ ଦ୍ରୁତଗତିରେ ଷ୍ଟେସନ ଆଡକୁ ଯାଉଥିଲେ। ପୁଲିସ ସେମାନଙ୍କୁ ସଂଦେହ କରି ଅଟକାଇ ପଚରାଉଚରା କରିଥିଲା। ଏମାନେ ରାୟଗଡ଼ାର ବାସିନ୍ଦା ଭଳି ମନେ ହେଉନଥିବାରୁ ତାଂକ ନିକଟରେ ରହିଥିବା ବ୍ୟାଗରେ କଣ ଧରିଥିବା ପଚାରିଥିଲେ। କିନ୍ତୁ ଯୁବକମାନେ ପୁଲିକୁ ଭୁଆଁ ବୁଲାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୁଲିସ ବ୍ୟାଗରୁ ଗଂଜେଇ ବାସ୍ନା ପାଇଥିଲା। ତୁରନ୍ତ ବ୍ୟାଗଗୁଡିକକୁ ତଦନ୍ତ କରିବା ପରେ ସେଥିରେ ଗଂଜେଇ ଭର୍ତ୍ତି ହୋଇଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ଗଂଜେଇକୁ ଓଜନ କରିବା ପରେ ସେଥିରେ ୩୧ କିଲୋ ଗଂଜେଇ ରହିଥିବା ପୁଲିସ ଜାଣିବାକୁ ପାଇଥିଲା। ତୁରନ୍ତ ଚାରି ଜଣ ଯୁବକକୁ ଗିରଫ କରିଥିଲା।

ରାୟଗଡାରୁ ରେଳ ଯୋଗେ କେରଳକୁ ଗଂଜେଇ ଚାଲାଣ ହେଉଥିଲା।ତେବେ ଗଂଜେଇ ମାଫିଆମାନେ ଯୁବକମାନଙ୍କୁ ଏଥିରେ ସାମିଲ କରି ବେଶ ସୁବିଧାରେ ଗଂଜେଇ ଚାଲାଣ କରିବାରେ ସଫଳ ହେଉଥିଲେ। ତେବେ ପୁଲିସର ଉଚିତ ବୁଦ୍ଧି ଯୋଗୁଁ ଏମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ।ଏମାନଙ୍କ ଠାରୁ ପୁଲିସ ଗଂଜେଇ ସହ ୫ଟି ମୋବାଇଲ ଫୋନ, ୩ଟି ଘଣ୍ଟା, ଗୋଟିଏ ଆଧାର କାର୍ଡ ଏବଂ ଗୋଟିଏ ଭୋଟର କାର୍ଡ ଜବତ କରିଛି।ପୁଲିସ ଅଧିକା ତଦନ୍ତ କରୁଥିବା କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe