ଜାମୁଗାଡ଼ିଆରେ ପଶିଲେ ୩୨ଟି ହାତୀ, ଚାଷୀ ଭୟଭୀତ

Advertisment
ଜାମୁଗାଡ଼ିଆରେ ପଶିଲେ ୩୨ଟି ହାତୀ, ଚାଷୀ ଭୟଭୀତ

The Wire

ବନ୍ତଳା:ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ହାନୀ ଘଟୁଥିବା ଓ ହାତୀକୁ ଘଉଡ଼ାଇବା ପାଇଁ ଚାଷୀମାନେ ମଞ୍ଚା ଉପରେ ଦିନରାତି ଜଗିବସୁଥିବା ବେଳେ ଆଜି ସନ୍ଧ୍ୟାରେ ଜାମୁଗାଡ଼ିଆ ଗ୍ରାମରେ ୩୨ଟି ହାତୀ ପଶିଛନ୍ତି। ଫଳରେ ଏ ପର୍ଯ୍ୟନ୍ତ ଚାଷୀମାନେ ଭୟଭୀତ ଅବସ୍ଥାରେ ଥିବା ଜଣାପଡିଛି।

ପ୍ରାପ୍ତ ସୂଚନା ଅନୁଯାୟୀ ବନ୍ତଳା ବନାଞ୍ଚଳ ଜାମୁଗାଡ଼ିଆ ଗ୍ରାମରେ ଆଜି ସନ୍ଧ୍ୟାରେ ପ୍ରାୟ ୩୨ଟି ହାତୀ ଧାନ କ୍ଷେତରେ ପଶିଥିଲେ।ଏହି ହାତୀ ପଲକୁ ଦେଖି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ।ବନ ବିଭାଗ ଓ ସ୍ଥାନୀୟ ଲୋକମାନେ ମିଶି ଖବର ଲେଖାହେବା ପର୍ଯ୍ୟନ୍ତ ହାତୀ ଘଉଡ଼ାଉଥିବା ଦେଖିବାକୁ ମିଳିଛି। ଏଥିରେ ଏକର ଏକର ଚାଷୀଙ୍କ ପାଚିଲା ଧାନ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe