ଭୁବନେଶ୍ବର: ଆଜି ରାଜ୍ୟରେ ୩୨୩୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୯୧୫ ଓ ସ୍ଥାନୀୟ ଅଞ୍ଚଳରୁ ୧୩୨୦ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୧୨ ହଜାର ୬୦୯କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
image source--long island pressଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଆଜି କେତେଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୩୧୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୪୩, ଗଞ୍ଜାମ ଜିଲ୍ଲାରୁ ୨୮, ବଲାଙ୍ଗୀର ଜିଲ୍ଲାରୁ ୧୦୧, ବାଲେଶ୍ବର ଜିଲ୍ଲାରୁ ୧୦୦, କୋରାପୁଟ ଜିଲ୍ଲାରୁ ୫୯, ଭଦ୍ରକ ୬୭, ରାୟଗଡ଼ା ଜିଲ୍ଲାରୁ ୧୦୧, ପୁରୀ ଜିଲ୍ଲାରୁ ୭୯, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୧, ଜଗତସିଂହପୁର ଜିଲ୍ଲାରୁ ୮୬, ସମ୍ବଲପୁର ଜିଲ୍ଲାରୁ ୧୨୦, କଳାହାଣ୍ଡି ଜିଲ୍ଲାରୁ ୪୨, ଯାଜପୁର ଜିଲ୍ଲାରୁ ୧୧୦, କନ୍ଧମାଳ ଜିଲ୍ଲାରୁ ୬୨, କେନ୍ଦ୍ରାପଡ଼ା ଜିଲ୍ଲାରୁ୧୦୩, ମାଲକାନଗିରି ଜିଲ୍ଲାରୁ ୨୧, ଗଜପତି ଜିଲ୍ଲାରୁ ୩୧, ମୟୂରଭଞ୍ଜ ଜିଲ୍ଲାରୁ ୧୧୮ , ଝାରସୁଗୁଡ଼ା ଜିଲ୍ଲାରୁ ୭୧, ଢେଙ୍କାନାଳ ଜିଲ୍ଲାରୁ ୭୬, ନବରଙ୍ଗପୁର ଜିଲ୍ଲାରୁ ୧୨୪, କେନ୍ଦୁଝର ଜିଲ୍ଲାରୁ ୮୦୬, ସୁବର୍ଣ୍ଣପୁର ଜିଲ୍ଲାରୁ ୬୫, ଅନୁଗୁଳ ଜିଲ୍ଲାରୁ ୧୭୯, ବରଗଡ଼ ଜିଲ୍ଲାରୁ ୧୩୭, ନୂଆପଡ଼ା ଜିଲ୍ଲାରୁ ୧୦୬, ଦେବଗଡ଼ରୁ ୧୨ ଓ ବୌଦ୍ଧ ଜିଲ୍ଲାରୁ ୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲରୁ ୧୪୮ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।
ଏଣେ ରାଜ୍ୟରେ ମୋଟ୍ ୧,୭୩,୫୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮,୧୭୨ ରହିଛି।
Follow Us