ଭୁବନେଶ୍ୱର : ଚଳିତ ଦଶନ୍ଧିର ପ୍ରଥମ ଦିନରେ ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ୩୩ଜଣ ନବଜାତକ ଜନ୍ମ ନେଇଛନ୍ତି। ତେବେ ଏଥିରେ କେତେ ଜଣ ପୁଅ ଓ ଝିଅ ରହିଛନ୍ତି ତାହା ସ୍ପଷ୍ଟ ହୋଇପାରି ନ ଥିଲେ ହେଁ, ଅନ୍ୟଦିନ ଗୁଡ଼ିକ ତୁଳନାରେ ଏହା ଅଧିକ ରହିଛି। ତହିଁରୁ ଅନେକ ପିତାମାତା ନୂଆବର୍ଷରେ ସେମାନଙ୍କ ପିଲା ଜନ୍ମ ହେବାକୁ ଚାହୁଁଥିବା ସୂଚନା ମିଳିଛି।
brainfacts.orgକ୍ୟାପିଟାଲ ହସ୍ପିଟାଲରୁ ମିଳିଥିବା ସୂଚନା ଅନୁସାରେ, ଡିସେମ୍ବର ୩୧ ମଧ୍ୟ ରାତ୍ରରୁ ୧ତାରିଖ ରାତି ୧୨ଟା ପର୍ଯ୍ୟନ୍ତ କ୍ୟାପିଟାଲ ହସ୍ପିଟାଲରେ ୩୩ଜଣ ନବଜାତକ ଜନ୍ମ ନେଇଛନ୍ତି। ତହିଁରୁ ୨୧ଜଣ ସ୍ବାଭାବିକ ପ୍ରସବ ଓ ୧୨ଜଣଙ୍କ ଅସ୍ତ୍ରୋପଚାର ଜରିଆରେ ଜନ୍ମ ନେଇଛନ୍ତି। ଅନ୍ୟ ଦିନଗୁଡ଼ିକରେ ଏହି ହସ୍ପିଟାଲରେ ୨୦/୨୫ ଶିଶୁ ଜନ୍ମ ହେଉଥିବା ବେଳେ ନୂଆବର୍ଷ ପାଇଁ ଏହି ସଂଖ୍ୟାରେ ବୃଦ୍ଧି ଘଟିଛି। ତେବେ ରାଜଧାନୀର ଅନ୍ୟ ଡାକ୍ତରଖାନାରେ କେତେ ସଂଖ୍ୟାରେ ପ୍ରସବ ହୋଇଛି ତାହାର ତଥ୍ୟ ମିଳିପାରି ନାହିଁ। ସାଧାରଣ ଭାବେ ହସ୍ପିଟାଲରେ ପ୍ରସବ ଓ ମୃତ୍ୟୁଜନିତ ରିପୋର୍ଟ ୨୧ଦିନ ଭିତରେ ମ୍ୟୁନସିପାଲଟିକୁ ପଠାଇବାର ନିୟମ ରହିଥିବାରୁ ସଂପୂର୍ଣ୍ଣ ତଥ୍ୟ ମିଳିବା ବିଳମ୍ବ ହେବ।
Follow Us