୨୭ ନୁହେଁ, ୩୩ ଜଣଙ୍କୁ ମନ୍ତ୍ରୀ ପାହ୍ୟା

Advertisment
୨୦୨୫ ସୁଦ୍ଧା ଓଡ଼ିଶା ହେବ ଡାଟା ସେଣ୍ଟର ହବ୍

odishanewsinsight.com

ଭୁବନେଶ୍ବର : ରାଜ୍ୟ ମନ୍ତ୍ରୀ ପରିଷଦ ସଦସ୍ୟଙ୍କ ବାଦ୍‌ ୨୭ ଜଣଙ୍କୁ ସରକାର ମନ୍ତ୍ରୀ ପାହ୍ୟା ଦେଇଛନ୍ତି ବୋଲି ଗତକାଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଥିଲେ। ତେବେ ୨୭ ନୁହେଁ, ୩୩ ଜଣଙ୍କୁ ମନ୍ତ୍ରୀ ପାହ୍ୟା ମିଳିଛି ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ଆଜି ଲିଖିତ ଭାବେ ବାଚସ୍ପତିଙ୍କୁ ଜଣାଇଛନ୍ତି। ବିଧାୟକ ତାରା ପ୍ରସାଦ ବାହିନୀପତି ଗତ କାଲି ଏ ସମ୍ପର୍କରେ ଲିଖିତ ପ୍ରଶ୍ନ ପଚାରିଥିଲେ।

ମନ୍ତ୍ରୀ ଆଜି ଯେଉଁ ୬ ଜଣଙ୍କ ତାଲିକା ଦେଇଛନ୍ତି ସେମାନେ ହେଲେ ‘ମୋ କଲେଜ’ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସନାୟକ, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ରଞ୍ଜନ ମଙ୍ଗରାଜ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ବିଜୟ କୁମାର ସାହୁ, ମୋ ସ୍କୁଲ୍‌ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚି, ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ କୁମାର ନାୟକ ଓ ହକି ପ୍ରୋମୋସନ୍‌ କାଉନ୍‌ସିଲ୍‌ର ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ। ଏମାନେ ସମସ୍ତେ ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ପାଉଛନ୍ତି। ଏହି ୬ ଜଣଙ୍କୁ ମିଶାଇ ମୋଟ୍‌ ୨୬ ଜଣ ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ପାଉଥିଲା ବେଳେ ୭ ଜଣଙ୍କୁ କ୍ୟାବିନେଟ୍‌ ପାହ୍ୟା ସୁବିଧା ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe