ବଲାଙ୍ଗିର ଜିଲ୍ଲାର ତୁରେଇକେଲା ରେଳ ଷ୍ଟେସନରୁ ୩୩ଜଣ ଦାଦନ ଶ୍ରମିକ ଉଦ୍ଧାର

Advertisment
ବଲାଙ୍ଗିର ଜିଲ୍ଲାର ତୁରେଇକେଲା ରେଳ ଷ୍ଟେସନରୁ ୩୩ଜଣ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲାର ତୁରେଇକେଲା ରେଳ ଷ୍ଟେସନରୁ ଆଜି ସକାଳେ ୩୩ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବାର ଖବର ମିଳିଛି। ଉଦ୍ଧାର ଦାଦନ ଶ୍ରମିକଙ୍କ ମଧ୍ୟରେ ୯ଜଣ ମହିଳା, ୧୦ଜଣ ପୁରୁଷ ଓ ୧୪ ଜଣ ଶିଶୁ ଥିବାର ସୂଚନା ମିଳିଛି।

ଗତ କିଛି ମାସ ହେବ ବଲାଙ୍ଗିର ଜିଲ୍ଲାରେ ବେଆଇନ ଦାଦନ ଚାଲାଣ ହେଉଥିବାର ଅଭିଯୋଗ ଆସୁଛି । ଏସଂପର୍କରେ ଖବର ପାଇବାପରେ ପୁଲିସ ସେମାନଙ୍କୁ ଉଦ୍ଧାର କରୁଥିଲେ ବି ବେଆଇନ ଦାଦନ ଚାଲାଣକୁ ସଂପୂର୍ଣ୍ଣଭାବେ ବନ୍ଦ କରାଯାଇପାରୁନଥିବା କୁହାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ ବେଆଇନ ଭାବେ ଦାଦନ ଚାଲାଣ ସମୟରେ କଣ୍ଟାବାଞ୍ଜି ବ୍ଲକ୍ ଅନ୍ତର୍ଗତ ତୁରେକେଲା ରେଳ ଷ୍ଟେସନରୁ ୩୩ ଜଣ ଦାଦନ ଶ୍ରମିକଙ୍କୁ ତୁରେକେଲା ପୁଲିସ୍ ଉଦ୍ଧାର କରିଛି ।

publive-imageଉଦ୍ଧାର ହୋଇଥିବା ଦାଦନ ଶ୍ରମିକମାନଙ୍କ ଘର ବେଲପଡା ଥାନା ଅନ୍ତର୍ଗତ ମୁନହାଡ଼,ଅଇଲାଭଟା ଓ ଖରଖରା ଗାଁରେ ବୋଲି ଜଣାଯାଇଛି। ତେବେ ଉଦ୍ଧାର ଶ୍ରମିକଙ୍କୁ କିଏ, କେଉଁଠିକୁ ଚାଲାଣ କରୁଥିଲା ତାହା ଜଣାପଡ଼ିନାହିଁ। ପୁଲିସ ଏସଂପର୍କରେ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe