ବାହାର ରାଜ୍ୟରୁ ୨୦୨୩-୨୪ରେ ଓଡ଼ିଶାକୁ ୩୩,୪୨୪ ମେଟ୍ରିକ ଟନ୍ ମାଛ ଆସିଛି, ଅଣ୍ଡା ଅଭାବ ରହିଛି: ମନ୍ତ୍ରୀ

ବାହାର ରାଜ୍ୟରୁ ୨୦୨୩-୨୪ରେ ଓଡ଼ିଶାକୁ ୩୩,୪୨୪ ମେଟ୍ରିକ ଟନ୍ ମାଛ ଆସିଛି ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିଧାନସଭାରେ ସୂଚନା ପ୍ରଦାନ କରିଛନ୍ତି...

ଅଦ୍ୟତନ ହୋଇଛି
33,424 metric tonnes of fish arrived in Odisha from outside states in 2023-24: Minister

33,424 metric tonnes of fish arrived in Odisha from outside states in 2023-24: Minister Photograph: (sambad.in)

ଭୁବନେଶ୍ବର: ବାହାର ରାଜ୍ୟରୁ ୨୦୨୩-୨୪ରେ ଓଡ଼ିଶାକୁ ୩୩,୪୨୪ ମେଟ୍ରିକ ଟନ୍ ମାଛ ଆସିଛି ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିଧାନସଭାରେ ସୂଚନା ପ୍ରଦାନ କରିଛନ୍ତି।

ବ୍ରହ୍ମଗିରି ବିଧାୟକ ଶ୍ରୀମତୀ ଉପାସନା ମହାପାତ୍ର  ପ୍ରଶ୍ନ କରିଥିଲେ ଯେ, ଓଡ଼ିଶାରେ ପ୍ରତିଦିନ କେତେ ପରିମାଣର ମାଛ ଓ ଅଣ୍ଡାର ଚାହିଦା ରହିଛି, ଏହି ଚାହିଦା ମୁତାବକ ଓଡ଼ିଶାରେ ଯଥେଷ୍ଟ ମାଛ ଓ ଅଣ୍ଡାର ଉତ୍ପାଦନ ହେଉଛି ନା ଅନ୍ୟ ରାଜ୍ୟରୁ ଆମଦାନୀ ହେଉଛି, ଯଦି ଅନ୍ୟ ରାଜ୍ୟରୁ ଆମଦାନୀ ହେଉଛି ତେବେ ତାହାର ପରିମାଣ କେତେ ଓ କେଉଁ କେଉଁ ରାଜ୍ୟରୁ ଅଣାଯାଉଛି ଏହି କ୍ଷେତ୍ରରେ ଓଡିଶାକୁ ସ୍ୱାବଲମ୍ବୀ କରିବା ପାଇଁ ସରକାର କି ପଦକ୍ଷେପ ନେଉଛନ୍ତି ?

ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଲିଖିତ ଭାବେ ଉତ୍ତର ପ୍ରଦାନ କରି କହିଛନ୍ତି ଯେ, ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟର ଦୈନିକ ମାଛର ଆବଶ୍ୟକତା ପ୍ରାୟ ୨,୩୫୩ ମେଟ୍ରିକ ଟନ୍ ଥିବାବେଳେ ରାଜ୍ୟରେ ଦୈନିକ ପ୍ରାୟ ୩,୦୭୮ ମେଟ୍ରିକ ଟନ୍ ଉତ୍ପାଦିତ ହୋଇଥିଲା। ଓଡ଼ିଶାରୁ ବାହାର ରାଜ୍ୟ ଓ ବିଦେଶକୁ ପ୍ରାୟ ୨.୯୮ ଲକ୍ଷ ମେଟ୍ରିକ ଟନ୍ ମାଛ ରପ୍ତାନି ହୋଇଥିଲା।

ରାଜ୍ୟରେ ମଧରୁ ମାଛର ଚାହିଦା ଅଧିକ ଥିବାରୁ ୩୩,୪୨୪ ମେଟ୍ରିକ ଟନ୍ ମାଛ ପଡୋଶୀ ରାଜ୍ୟରୁ ଆସିଥିଲା। ସେଥିମଧ୍ୟରେ ଆନ୍ଧ୍ରପ୍ରଦେଶରୁ ପ୍ରାୟ ୩୧,୧୯୪ ମେଟ୍ରିକ ଟନ୍, ପଶ୍ଚିମବଙ୍ଗରୁ ୭୦୦ ମେଟ୍ରିକ ଟନ୍ ଓ ଛତିଶଗଡ଼ରୁ ୧,୫୩୦ ମେଟ୍ରିକ ଟନ୍ ମାଛ ରାଜ୍ୟକୁ ଆସିଥିଲା ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

ରାଜ୍ୟରେ ଅଧିକ ମତ୍ସ୍ୟ ଉତ୍ପାଦନ ଓ ରାଜ୍ୟକୁ ମତ୍ସ୍ୟ ଚାଷରେ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଏବଂ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ପ୍ରଣୟନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ଭାରତୀୟ ଭେଷଜ ଅନୁସନ୍ଧାନ ସଂସ୍ଥାର ସୁପାରିଶ ଅନୁସାରରେ ବାର୍ଷିକ ମୁଣ୍ଡପିଛା ୧୮୦ଟି ଅଣ୍ଡାର ଆବଶ୍ୟକତା ଥିବାବେଳେ ରାଜ୍ୟରେ ବର୍ତ୍ତମାନ ମୁଣ୍ଡପିଛା ୮୦ ଅଣ୍ଡା ଉପଲବ୍ଧ ହେଉଛି।

ଅଧିକ ପଢ଼ନ୍ତୁ: ଶୂନ ଦୁର୍ଘଟଣା ଲକ୍ଷ୍ୟ: ୩୦ ଦିନିଆ ନୂତନ ସଡ଼କ ସୁରକ୍ଷା ଅଭିଯାନ ଆରମ୍ଭ ହେବ

ରାଜ୍ୟରେ ଖାଦ୍ୟ ଅଭ୍ୟାସ ଅନୁସାରେ ଦୈନିକ ୧୩୮ ଲକ୍ଷ ଅଣ୍ଡାର ଚାହିଦା ଥିବାବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଦୈନିକ ୧୦୧ ଲକ୍ଷ ଅଣ୍ଡା ଉପଲବ୍ଧ ହେଉଥିଲା। ବାହାର ରାଜ୍ୟକୁ ଓଡ଼ିଶାରୁ ୧୫ ଲକ୍ଷ ଅଣ୍ଡା ଆସୁଥିବାବେଳେ ପଡୋଶୀ ରାଜ୍ୟଗୁଡ଼ିକୁ ୧୦ରୁ ୧୨ ଲକ୍ଷ ଅଣ୍ଡା ପଠାଯାଉଛି। ଅଣ୍ଡା ଉତ୍ପାଦନରେ ଓଡ଼ିଶାକୁ ସ୍ବାବଲମ୍ବୀ କରିବା ପାଇଁ ଯୋଜନା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ଅଧିକ ପଢ଼ନ୍ତୁ: ଗୋଟିଏ ମେସେଜ ପାଇଁ ଚତୁର୍ଥୀ ପୂର୍ବରୁ ନବଦମ୍ପତିଙ୍କ ଚାଲିଗଲା ଜୀବନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe