ଟାଙ୍ଗରଯାତ୍ରାର ଭୋଗ ଖାଇ ୩୩୭ ଝାଡ଼ା ବାନ୍ତିରେ ଆକ୍ରାନ୍ତ

ଟାଙ୍ଗରଯାତ୍ରାର ଭୋଗ ଖାଇ ୩୩୭ ଝାଡ଼ା ବାନ୍ତିରେ ଆକ୍ରାନ୍ତ

ବରପାଲି : ବରପାଲି ବ୍ଲକ ଚିକନିପାଲି ଗାଁରେ ବୁଧବାର ଅନୁଷ୍ଠିତ ଟାଙ୍ଗରଯାତ୍ରାର ଭୋଗ ଖାଇ ଗାଁର ୩୩୭ ଜଣ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତ। ଆକ୍ରାନ୍ତଙ୍କ ମଧ୍ୟରେ ଗାଁର ୨୧୦ ଜଣ ପୁରୁଷ ଓ ମହିଳା ଥିବା ବେଳେ ଚିକିନିପାଲି ଉନ୍ନୀତ ହାଇସ୍କୁଲ୍‌ର ୪୯ ଜଣ ଛାତ୍ରଛାତ୍ରୀ ଥିବା ଜଣାପଡ଼ିଛି। କ୍ରମାଗତ ଭାବେ ରୋଗର ପ୍ରକୋପ ବଢ଼ୁଥିବା ବେଳେ ସୂଚନା ପାଇ ବରପାଲି ମୋବାଇଲ ହେଲଥ୍‌ ଟିମ ସହ ବରଗଡ଼ରୁ ଡାକ୍ତରୀ ଦଳ ଗାଁରେ ପହଞ୍ଚି ଗାଁ ସ୍କୁଲ୍‌ ଓ ଏକ ସାମାଜିକ ଅନୁଷ୍ଠାନ ଗୃହରେ ଶିବିର କରି ରୋଗୀଙ୍କୁ ଚିକିତ୍ସା କରୁଛନ୍ତି। ଆକ୍ରାନ୍ତ ରୋଗୀଙ୍କୁ ଔଷଧ ପ୍ରଦାନ ସହ ସେମାନଙ୍କୁ ସଚେତନ କରାଯାଇଥିବା ଜଣାପଡ଼ିଛି।

କେବଳ ଗାଁର ନୁହେଁ ଯାତ୍ରାରେ ଭୋଗ ଖାଇଥିବା ବରପାଲି ବ୍ଲକ୍‌ ନୂଆପାଲିରେ ୫୧, କଟାପାଲିରେ ୭, ବାଞ୍ଜିପାଲିରେ ୫୬, ମହୁଲପାଲିରେ ୫, ଧଉଁରାଖେନ୍ଦାରେ ୮ ଜଣଙ୍କ ସହ ବିଜେପୁର ଥାନା ଅନ୍ତର୍ଗତ ମାନପୁର, ଭେଡ଼େନ ଥାନା ପଧାନପାଲି କୀର୍ତ୍ତନ ଦଳ ସଦସ୍ୟ, ସୋହେଲା ବ୍ଲକର ମରେଇକେଲ, ଟୁଙ୍ଗିବନ୍ଦଲି, ବୋରିକେଲ, ଅତାବିରା ବ୍ଲକ ଆମସଢ଼ା ଗାଁର ଲୋକେ ବି ଝାଡ଼ା ରୋଗରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ଡିପିଏଚ୍‌ଓ ଡା. ଚୂଳାବତୀ ସାହୁ, ଏମ୍‌ସିପିଏଚ୍‌ଓ କୁଞ୍ଜ ବିହାରୀ ଭୋଇ, ଡା. ନିମାଇଁ ଚରଣ ସାହୁ, ଡା. ସୂର୍ଯ୍ୟକାନ୍ତ ମୁଗରୀ, ଡା. ଅମିତ ଦାଶ, ଡା. କୁମୁଦିନୀ ମେହେର, ସୁପର୍‌ଭାଇଜର୍‌ ଚୈତନ୍ୟ ପ୍ରସାଦ ବେହେରା, ଏଏନ୍‌ଏମ୍‌ ମମତା ଭୋଇ, ଫୁଡ୍‌ ଇନ୍‌ସପେକ୍ଟର ରାଜେଶ୍ୱରୀ ପତି, ହେଲ୍‌ଥ ଓ୍ଵାର୍କର୍‌ ସଂଜୀବ ଦାଶ, କଟାପାଲି ସେବା ସମବାୟ ସମିତି ସଭାପତି ସୁରେଶ୍ୱର ଶତପଥୀ, ଅଙ୍ଗନବାଡ଼ି କର୍ମୀ ଦମୟନ୍ତୀ ପଧାନ, ଆଶା କର୍ମୀ ଅମ୍ବିକା ଭୋଇ, ସମାଜସେବୀ ଦୟାଳୁ ସାହୁ ପ୍ରମୁଖ ଉପସ୍ଥିତ ରହି ରୋଗୀଙ୍କ ଚିକିତ୍ସା କରୁଥିବା ବେଳେ ଚିକିନିପାଲି ସ୍କୁଲ୍‌ର ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା କମିଟି ସଭ୍ୟ ଓ ସାମାଜିକ ଅନୁଷ୍ଠାନର ସଦସ୍ୟମାନେ ସହଯୋଗ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe