ହୀରାକୁଦ ଡ୍ୟାମ୍‌ରେ ବଢୁଛି ଜଳସ୍ତର, ୩୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ, ସମ୍ବଲପୁରରେ ୧୦୦୫ ଲୋକଙ୍କୁ ସ୍ଥାନାନ୍ତରିତ

Advertisment
ହୀରାକୁଦ ଡ୍ୟାମ୍‌ରେ ବଢୁଛି ଜଳସ୍ତର, ୩୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ, ସମ୍ବଲପୁରରେ ୧୦୦୫ ଲୋକଙ୍କୁ ସ୍ଥାନାନ୍ତରିତ

ସମ୍ବଲପୁର: ଗତ ୪ ଦିନ ଧରି ଉପର ମୁଣ୍ଡରେ ଲଗାଣ ବର୍ଷା କ‌ାରଣରୁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି ପାଇଛି। ଜଳସ୍ତର ନିୟନ୍ତ୍ରଣରେ ରଖିବା ପାଇଁ ଆଜି ପୂର୍ବାହ୍ନ ପରଠାରୁ ବିଳମ୍ବିତ ସନ୍ଧ୍ୟା ଯାଏଁ ପର୍ଯ୍ୟାୟକ୍ରମେ ୧୪ଟି ଗେଟ୍‌ ଖୋଲାଯାଇଛି। କାଲି ପର୍ଯ୍ୟନ୍ତ ଜଳଭଣ୍ଡାରରୁ ୨୦ଟି ଗେଟ୍‌ ଖୋଲି ଦିଆଯାଇଥିଲା। ତେବେ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ହୀରାକୁଦ ଡ୍ୟାମ୍‌ରୁ ମୋଟ ୩୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଆବଶ୍ୟକ ପଡ଼ିଲେ ଆହୁରି ଗେଟ୍‌ ମଧ୍ୟ ଖୋଲାଯାଇପାରେ। ।

ମହାନଦୀ ଶଯ୍ୟା ହୀରାକୁଦ ତଳ ଅଞ୍ଚଳକୁ ସତର୍କ ସୂଚନା ଜାରି ହୋଇଛି। ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଜନସାଧାରଣଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ହୀରାକୁଦ ଡ୍ୟାମ୍‌ର ତଳିଆ ଅଞ୍ଚଳକୁ ଜଳ ପ୍ରବାହ ତୀବ୍ର ରହିଛି। ତେଣୁ ସାଧାରଣ ଜନତା ସତର୍କ ରହନ୍ତୁ ବୋଲି ସେ କହିଛନ୍ତି। ଏଥି ସହିତ ତଳିଆ ଅଞ୍ଚଳରେ ନଦୀକୁ ନଯିବାକୁ ଜିଲ୍ଲାପାଳ ଶ୍ରୀମତୀ ଦାସ ପରାମର୍ଶ ଦେଇଛନ୍ତି। ୧୦୦୫ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ୭ଟି ରିଲିଫ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। 

ଛତିଶଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଫଳରେ ମହାନଦୀରେ ବନ୍ୟାଜଳ ଆସିଛି। ଆଜି ମଧ୍ୟାହ୍ନରେ ୪ଟି, ଅପରାହ୍ନରେ ପୁଣି ୪ଟି, ସନ୍ଧ୍ୟାରେ ୨ଟି ଓ ବିଳମ୍ବିତ ସନ୍ଧ୍ୟାରେ ୪ଟି ଗେଟ୍‌କୁ ଖୋଲି ଦିଆଯାଇଛି।

publive-image

ଭଦ୍ରକ ଜିଲ୍ଲାର ଆଖୁଆପଦା ଠାରେ ବୈତରଣୀର ଜଳସ୍ତର ବିପଦ ସଂକେତ ଉପରେ ରହିଛି । ଏଠାରେ ବିପଦ କଙ୍କେତ ୧୮.୮୩ ରହିଥିବାବେଳେ ଏବେ ବିପଦ ସଂକେତ ଉପରେ ୧୮.୯୭ରେ ଜଳସ୍ତର ପ୍ରବାହିତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe