ଭୁବନେଶ୍ୱର: ବାତ୍ୟା ‘ଫନି’ ଯୋଗୁଁ ଯଦିଓ ମନୁଷ୍ୟ ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣରେ ରହିଛି ତଥାପି ପଶୁପକ୍ଷୀମାନେ ଏଥିରୁ ନିସ୍ତାର ପାଇପାରି ନାହାନ୍ତି। ପ୍ରାକୃତିକ ସୁନ୍ଦରତା ବୃଦ୍ଧି କରୁଥିବା ଲକ୍ଷ ଲକ୍ଷ ପଶୁପକ୍ଷୀ ବାତ୍ୟାରେ ବଳି ପଡ଼ିଛନ୍ତି। ରିପୋର୍ଟ ଅନୁସାରେ ‘ଫନି’ ଯୋଗୁଁ ମୋଟ ୮୭ ଲକ୍ଷ ପଶୁପକ୍ଷୀ ପ୍ରଭାବିତ ହୋଇଥିବା ବେଳେ ୩୪ ଲକ୍ଷ ୫୨ ହଜାର ପଶୁପକ୍ଷୀଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ଏମାରର୍ଜେନ୍ସି ଅପରେସନ ସେଣ୍ଟର (ଏସ୍ସିଓସି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ବାତ୍ୟା ପ୍ରଭାବିତ ଅଂଚଳରେ ୧୪୧୮ଟି କେନ୍ଦ୍ରରେ ପଶୁପକ୍ଷୀଙ୍କର ଚିକିତ୍ସା କରାଯାଇଛି। ଏଥି ପାଇଁ ୩୧୫ ଜଣ ଭେଟନାରୀ ଡାକ୍ତର ଓ ୧୧୨୬ ଜଣ ପାରା ଭେଟନାରୀ ଡାକ୍ତର ଏବଂ ସହଯୋଗୀ ସାମିଲ ଥିଲେ।
ବାତ୍ୟା ଯୋଗ୍ୟୁ ବିଶେଷକରି ନନ୍ଦନକାନନ ପ୍ରାଣୀ ଉଦ୍ୟାନ, କୁଲଡିହା ଅଭୟାରଣ୍ୟ, ଭିତରକନିକା ଜାତୀୟ ପାର୍କ ଓ ବାଲୁଖଣ୍ଡ ଅଭୟାରଣ୍ୟର ଲକ୍ଷ ଲକ୍ଷ ଜୀବଜନ୍ତୁ ପ୍ରଭାବିତ ହୋଇଛନ୍ତି।
ବାତ୍ୟା ପ୍ରଭାବିତ ଅଂଚଳର ପଶୁପକ୍ଷୀଙ୍କ ପାଇଁ ୯୪୬.୦୦ ମିଲିୟନ ଟନ୍ ଗୋଖାଦ୍ୟ ଯୋଗାଇ ଦିଆଯାଇଛି। ଏଥିରୁ କଟକ ଜିଲ୍ଲା ପାଇଁ ୧୦୯.୦୦ ମିଲିୟନ ଟନ୍, ପୁରୀ ଜିଲ୍ଲା ପାଇଁ ୩୭୬.୦୦ ମିଲିୟନ ଟନ୍, ଜଗତସିଂହପୁର ଜିଲ୍ଲା ପାଇଁ ୨୬୭ ମିଲିୟନ ଟନ୍, ଯାଜପୁର ଜିଲ୍ଲା ପାଇଁ ୨୬୭ ମିଲିୟନ ଟନ୍ ଏବଂ କେନ୍ଦ୍ରାପଡ଼ା ଜିଲ୍ଳା ପାଇଁ ୩ ମିଲିୟନ ଟନ୍ ଗୋଖାଦ୍ୟ ଦିଆଯାଇଛି।
Follow Us