ରାଜ୍ୟରେ ୩ ଶହ ଟପିଲା ଦୈନିକ ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୪୬ କରୋନା ପଜିଟିଭ, ୪୯ ଜଣ ୧୮ ବର୍ଷରୁ କମ୍ ବୟସର

Advertisment

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୯ ସଂକ୍ରମିତ ଚିହ୍ନଟ

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୯ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ୩ ଶହ ଟପିଲା ଦୈନିକ ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୪୬ କରୋନା ପଜିଟିଭ, ୪୯ ଜଣ ୧୮ ବର୍ଷରୁ କମ୍ ବୟସର

ଭୁବନେଶ୍ବର: ଆଜି କରୋନା ସଂକ୍ରମଣ ଲମ୍ବ ଡିଆଁ ମାରିଛି। ଗତକାଲି ୨୩୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୦୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୪୪ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୪୯ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ୧୮ଟି ଜିଲ୍ଲାରୁ ୩୪୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୧୨ଟି ଜିଲ୍ଲାରେ କରୋନା ସଂକ୍ରମଣର ସୂଚନା ନାହିଁ। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୯ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର ଜିଲ୍ଲାରୁ ୭ ଜଣ, ଭଦ୍ରକରୁ ୪ ଜଣ, କଟକରୁ ୫୧ ଜଣ, ଢେଙ୍କାନାଳରୁ ୧, ଗଞ୍ଜାମ ଜିଲ୍ଲାରୁ ୧ ଜଣ, ଜଗତସିଂହପୁରରୁ ୭ ଜଣ, ଯାଜପୁରରୁ ୪ ଜଣ, ଝାରସୁଗୁଡ଼ାରୁ ୨ ଜଣ, କଳାହାଣ୍ଡିରୁ ୧ ଜଣ, କେନ୍ଦୁଝର ଜିଲ୍ଲାରୁ ୧ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୮୯, ମୟୂରଭଞ୍ଜରୁ ୨ ଜଣ, ନୟାଗଡ଼ ଜିଲ୍ଲାରୁ ୧ ଜଣ, ନୂଆପଡ଼ାରୁ ୭ ଜଣ, ପୁରୀରୁ ୪ ଜଣ, ରାୟଗଡ଼ାରୁ ୫ ଜଣ, ସମ୍ବଲପୁରରୁ ୫ ଜଣ, ସୁନ୍ଦରଗଡ଼ରୁ ୧୩ ଜଣ ଓ ଷ୍ଟେଟପୁଲରୁ ୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏପର୍ଯ୍ୟନ୍ତ ରାଜ୍ୟରେ ୧୨, ୯୦, ୫୩୮ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨,୮୦, ୦୪୯ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୩୧୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe