ଓଡ଼ିଶାରେ ଅପରାହ୍ନ ୧ଟା ସୁଦ୍ଧା ୩୫.୩୧ ପ୍ରତିଶତ ମତଦାନ, ଝାରସୁଗୁଡାରେ ସର୍ବାଧିକ ୪୦.୮୨ ପ୍ରତିଶତ

ଓଡ଼ିଶାରେ ଅପରାହ୍ନ ୧ଟା ସୁଦ୍ଧା ୩୫.୩୧ ପ୍ରତିଶତ ମତଦାନ, ଝାରସୁଗୁଡାରେ ସର୍ବାଧିକ ୪୦.୮୨ ପ୍ରତିଶତ

ଭୁବନେଶ୍ବର: ସୋମବାର ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏଥିପାଇଁ ଭୋଟରମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ଓଡ଼ିଶାରେ ଅପରାହ୍ନ ୧ଟା ସୁଦ୍ଧା ୩୫.୩୧ ପ୍ରତିଶତ ମତଦାନ ହୋଇଛି। ସେଥିମଧ୍ୟରୁ ବରଗଡରେ ୩୭.୧୯ ପ୍ରତିଶତ, ବଲାଙ୍ଗୀରରେ ୩୨.୦୪ ପ୍ରତିଶତ, ବୌଦ୍ଧରେ ୪୦.୬୦ ପ୍ରତିଶତ ମତଦାନ ହୋଇଛି।

ସେହିପରି ଗଞ୍ଜାମରେ ୩୩.୯୮ପ୍ରତିଶତ ମତଦାନ ହୋଇଥିବାବେଳେ ଝାରସୁଗୁଡାରେ ୪୦.୮୨ ପ୍ରତିଶତ, କନ୍ଧମାଳରେ ୩୨.୫୫ପ୍ରତିଶତ, ନୟାଗଡରେ ୩୭.୮୭ ପ୍ରତିଶତ, ସୁବର୍ଣ୍ଣପୁରରେ ୩୫.୦୧ ପ୍ରତିଶତ ମତଦାନ ହୋଇଛି ।

ଏହା ସହିତ ରାଜଗାଙ୍ଗପୁରରେ ୩୨.୨୦ ପ୍ରତିଶତ, ସୁନ୍ଦରଗଡରେ ୩୬.୦୦ ପ୍ରତିଶତ, ହିଞ୍ଜିଳିକାଟୁରେ ୩୬.୩୭ ପ୍ରତିଶତ, କଣ୍ଟାବାଞ୍ଜିରେ ୨୬.୭୭ ପ୍ରତିଶତ, ଖଲ୍ଲିକୋଟରେ ୩୩.୮୯ ପ୍ରତିଶତ, ମତଦାନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe