ୟୁନିୟନ୍‌ ବ୍ୟାଙ୍କ ଗାଡ଼ିରୁ ୩୫ ଲକ୍ଷ ଲୁଟ୍‌ ମାମଲା : ୨୪ ଘଣ୍ଟା ପରେ ବି ପୁଲିସ ହାତ ଖାଲି

Advertisment

ପୁଲିସ ହେପାଜତରେ ଡ୍ରାଇଭର୍‌ ଓ ଦୁଇ ବ୍ୟାଙ୍କ କର୍ମଚାରୀ

ପୁଲିସ ହେପାଜତରେ ଡ୍ରାଇଭର୍‌ ଓ ଦୁଇ ବ୍ୟାଙ୍କ କର୍ମଚାରୀ

ୟୁନିୟନ୍‌ ବ୍ୟାଙ୍କ ଗାଡ଼ିରୁ ୩୫ ଲକ୍ଷ ଲୁଟ୍‌ ମାମଲା : ୨୪ ଘଣ୍ଟା ପରେ ବି ପୁଲିସ ହାତ ଖାଲି

odisha.live

କୁଚିଣ୍ଡା : ସୋମବାର ସମ୍ବଲପୁରରୁ ନଗଦ ଟଙ୍କା ନେଇ ଦେବଗଡ଼ ଜିଲ୍ଲା ଲଇମୁରା ୟୁନିୟନ୍‌ ବ୍ୟାଙ୍କ ଶାଖାକୁ ଫେରୁଥିବା ଗାଡ଼ିରୁ ୩୫ ଲକ୍ଷ ଟଙ୍କା ଲୁଟ୍‌ ହେବା ଘଟଣାରେ ଏ ପର୍ଯ୍ୟନ୍ତ ପୁଲିସ୍‌କୁ କୌଣସି ସୁରାକ ମିଳିପାରି ନାହିଁ। ସୋମବାର ସମ୍ବଲପୁର ଏସ୍‌ପି ଓ ସାଇଣ୍ଟିଫିକ୍‌ ଦଳ ତଦନ୍ତ କରି ଫେରିଛନ୍ତି।

ବ୍ୟାଙ୍କ ଗାଡ଼ିକୁ ଭୋଜପୁର ଲଇମୁରା ରାସ୍ତା ଠୁଣ୍ଟିପିପଲ ନିକଟରେ ୬ ଦୁର୍ବୃତ୍ତ ଅଟକାଇ ବନ୍ଧୁକ ଦେଖାଇ ସବୁ ଟଙ୍କା ଲୁଟି ନେଇଥିଲେ। କୁଚିଣ୍ଡା ଥାନାରେ ଯୋଗ ଦେଇଥିବା ଥାନା ଅଧିକାରୀ କମଲ ପଣ୍ଡାଙ୍କ ନେତୃତ୍ବରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ହେଲେ ଘଟଣାର ୨୪ଘଣ୍ଟା ପରେ ବି ପୁଲିସର ହାତ ଖାଲି ଅଛି। ଏସ୍‌ପିଙ୍କ ନିର୍ଦ୍ଦେଶରେ ପୁଲିସ୍‌ର ଦୁଇଟି ଟିମ୍‌ ବିଭିନ୍ନ ସଂଦିଗ୍‌ଧ ସ୍ଥାନ ଓ ସଂଦିଗ୍‌ଧ ଲୋକଙ୍କ ପାଖରେ ପହଞ୍ଚି ତଦନ୍ତ ଚଳାଇଥିବା ଥାନା ଅଧିକାରୀ କହିଛନ୍ତି। ଏହି ଘଟଣାରେ କୁଚିଣ୍ଡା ପୁଲିସ ‌ଗାଡ଼ିରେ ଥିବା ବ୍ୟାଙ୍କର ସହକାରୀ ମ୍ୟାନେଜର ବିନିତ କୁଜୁର, ପିଅନ ସଦାଶିବ ବାଣ୍ଠ ଓ ଗାଡ଼ି ଡ୍ରାଇଭର ଶରତ ବାଗଙ୍କୁ ହେପାଜତରେ ରଖି ପଚରାଉଚରା କରୁଛି। ସହକାରୀ ମ୍ୟାନେଜର ଏବଂ ପିଅନ ବ୍ୟାଙ୍କ କର୍ମଚାରୀ ହୋଇଥିଲାବେଳେ ଡ୍ରାଇଭର ଜଣେ ବାହାର ବ୍ୟକ୍ତି ବୋଲି ଜଣା ପଡ଼ିଛି। ଅଲଗା ଅଲଗା ତିନି ଜଣଙ୍କ ବୟାନ ରେକର୍ଡ କରି ଘଟଣାର ସୁରାକ ଖୋଜିବାକୁ ଉଦ୍ୟମ କରୁଛି ‌ପୁଲିସ୍‌। ତେବେ ଅପରାଧୀଙ୍କୁ ଧରି ଟଙ୍କା ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି, ଆମେ ଗଣମାଧ୍ୟମକୁ ଖୁବ୍ ଶୀଘ୍ର ଏ ସଂପର୍କରେ ଜଣାଇବୁ ବୋଲି ସମ୍ବଲପୁର ଏସ୍‌ପି କନ୍‌ୱର ବିଶାଲ ସିଂହ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe