ଦୋକାନସଟର ଭାଙ୍ଗି ମୋବାଇଲ ଓ ନଗଦ ଟଙ୍କା ନେଇଯାଇଥିଲେ ୪ ନାବାଳକ, ୩୫ ମୋବାଇଲ୍‌ ଉଦ୍ଧାର

Advertisment
ଦୋକାନସଟର ଭାଙ୍ଗି ମୋବାଇଲ ଓ ନଗଦ ଟଙ୍କା ନେଇଯାଇଥିଲେ ୪ ନାବାଳକ, ୩୫ ମୋବାଇଲ୍‌ ଉଦ୍ଧାର

ରାୟଗଡ଼ା: ଜିଲ୍ଲାରେ ପ୍ରାୟତଃ ପ୍ରତିଦିନ ଚୋରି, ଡକାୟତି ଘଟଣା ଲାଗି ରହୁଛି। ପୁଲିସକୁ କିନ୍ତୁ ଗତ ଜୁଲାଇ ୨୪ ତାରିଖରେ ହୋଇଥିବା ମୋବାଇଲ ଚୋରି ଘଟଣାର ପର୍ଦାଫାସ କରିଛି। ସ୍ଥାନୀୟ ରଇତ କଲୋନିରେ ସିଲା ସଂତୋଷ କୁମାର ମୋବାଇଲ ମରାମତି ଏବଂ ବିକ୍ରି ଦୋକାନ ଖୋଲି ନିଜର ଗୁଜରାଣ ମେଣ୍ଟାଉଥିଲେ। ତେବେ ଗତ ଜୁଲାଇ ୨୪ ତାରିଖଦିନ ସକାଳୁ ଆସି ଦୋକାନ ଖୋଲିଲା ବେଳକୁ ଦୋକାନ ସଟର ଭାଙ୍ଗି କେହି ୪୦ଟି ମୋବାଇଲ ସହ ୫ ହଜାର ଟଂକା ନଗଦ ଚୋରି କରି ନେଇଯାଇଥିଲେ।

ଏନେଇ ସେ ରାୟଗଡ଼ା ଟାଉନ ଥାନାରେ ଏତଲା ଦେବା ପରେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଥିଲା। ଆଜି ପୁଲିସକୁ ଏହି ଚୋରି ଘଟଣାରେ ସଫଳତା ମିଳିଛି। ୪ ଜଣ ନାବାଳକ ଏହି ଚୋରି ଘଟଣାରେ ସାମିଲ ଥିବା ପୁଲିସ ଜାଣିବା ପରେ ସେମାନଙ୍କୁ ଗିରଫକରି ସେମାନଙ୍କ ଠାରୁ ୩୫ଟି ମୋବାଇଲ ଜବତ କରିଛି। ୪ ଜଣ ନାବାଳକ ହୋଇଥିବାରୁ ସେମାନଙ୍କୁ ଜୁଭିନାଲ କୋର୍ଟରେ ହାଜର କରାଯିବା ସହ ସେମାନଙ୍କର ଭବିଷ୍ୟତ କଥା ଚିନ୍ତା କରାଯିବ ବୋଲି କୁହାଯାଇଛି।

ତେବେ ନାବାଳକମାନେ ପ୍ରକୃତରେ ଚୋର ନା ଏମାନଙ୍କ ପଛରେ ଆଉ କିଏ ରହିଛି ତାହା ତଦନ୍ତ ସାପେକ୍ଷ। ଆଜି ସାମ୍ବାଦିକ ସମ୍ମିଳନୀରେ ଡିଏସପି ପ୍ରତାପ ଚନ୍ଦ୍ର ତ୍ରିପାଠୀ ଏବଂ ଆଇଆଇସି କେକେବିକେ କଅଁର ଉପସ୍ଥଇତ ରହି ଗଣମାଧ୍ୟମକୁ ଚୋରିର ପର୍ଦାଫାସ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ତେବେ ରାୟଗଡ଼ା ସଦର ମହକୁମାରେ ଚୋରି ବଢୁଥିବାରୁ ପୁଲିସର ମୁଣ୍ଡ ବ୍ୟଥା ହେବାକୁ ଲାଗିଛି। କିନ୍ତୁ ପୁଲିସ ସମସ୍ତ ଚୋରି ଘଟଣାର ପର୍ଦାଫାସ କରିବ ବୋଲି କହିଛି। ଏବେ ମଧ୍ୟ ଚଢାଉ ଜାରି ରହିଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe