ରାୟଗଡ଼ାରୁ ଆନ୍ଧ୍ରପ୍ରଦେଶ ଦାଦାନ ଖଟିବାକୁ ଯାଉଥିଲେ ୩୫ ଜଣ, ଅଟକାଇଲା ପ୍ରଶାସନ

ରାୟଗଡ଼ାରୁ ଆନ୍ଧ୍ରପ୍ରଦେଶ ଦାଦାନ ଖଟିବାକୁ ଯାଉଥିଲେ ୩୫ ଜଣ, ଅଟକାଇଲା ପ୍ରଶାସନ

ରାୟଗଡ଼ା: ଆଜି ଅପରାହ୍ନରେ ଶ୍ରମ ବିଭାଗ ପକ୍ଷରୁ ୩୫ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏକ ଟ୍ରକ୍‌ ଯୋଗେ ୩୫ ଜଣ ଶ୍ରମିକ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ଯାଉଥିବା ବିଶେଷ ସୂତ୍ରରୁ ଖବର ପାଇ ସହକାରୀ ଶ୍ରମ ଅଧିକାରୀ ସଂଜୟ କୁମାର ରୋହିତ କୋନନରା ବ୍ଲକର ମଦନପୁର ଠାରେ ଚଢାଉ କରିଥିଲେ। ସମସ୍ତ ଶ୍ରମିକ ଚାନ୍ଦିଲି ଥାନା ଅନ୍ତର୍ଗତ ଲାଲାବି ଗ୍ରାମର ବୋଲି ଜଣାପଡିଛି। ଢାକୁଲଗୁଡା ଗ୍ରାମର ବଚା ତାମିନାଇଡୁ ନାମକ ବ୍ୟକ୍ତି ଏମାନଙ୍କୁ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ନେଉଥିବା ଜଣାପଡିଛି। ସମସ୍ତ ଦାଦନଙ୍କୁ ଟ୍ରକରୁ ଉଦ୍ଧାର କରି ନିଜ ଗ୍ରାମକୁ ପଠାଇଥିଲେ।

ପ୍ରକାଶ ଥାଉକି ପ୍ରତିଦିନ ଶହ ଶହ ଶ୍ରମିକ ଜିଲ୍ଲାରେ କାମ ନପାଇ ବାହାର ଜିଲ୍ଲାକୁ ଦାଦନ ଖଟିବାକୁ ଯାଉଛନ୍ତି। ତେବେ କାଁ ଭାଁ ହିଁ ଶ୍ରମ ବିଭାଗ ଉଦ୍ଧାର କରିବାରେ ସଫଳ ହେଉଛି। ସମସ୍ତ ଦାଦନ ଶ୍ରମିକଙ୍କ ନାମ, ଗାଁ ଇତ୍ୟାଦି ଲେଖାଯାଇଥିଲା। ଆଗାମୀ ଦିନରେ ସେମାନଙ୍କୁ ଜିଲ୍ଲାରେ କାମର ସୁବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe