ଗୋଦାମରୁ ୩୫ ଟିଣ ତେଲ ଚୋରି: ଜେଲ୍ ଗଲେ ୪ ଅଭିଯୁକ୍ତ

ଗୋଦାମରୁ ୩୫ ଟିଣ ତେଲ ଚୋରି: ଜେଲ୍ ଗଲେ ୪ ଅଭିଯୁକ୍ତ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଥାନା ଚଟୁଅନକା ଗାଁରେ ଥିବା ତେଲ ଗୋଦାମରୁ ୩୫ଟିଣ ତେଲ ଚୋରି କରି ୪ ଜଣ ଅଭିଯୁକ୍ତ ଜେଲ୍‌ ଯାଇଛନ୍ତି। ଏହି ଅଭିଯୁକ୍ତମାନେ ହେଲେ ଚଟୁଅନକା ଗାଁର ଧନୁର୍ଜୟ ପୁଟେଲ, ବବଲୁ ପୁଟେଲ, ଆରିଫ୍‌ ଖାନ ଓ ବେଲପଡ଼ା ଥାନା ନୁନହାଡ଼ ଗାଁର ଡୋଳାମଣି ବନଛୋର।

ପୁଲିସର ସୂଚନା ଅନୁସାରେ, କଣ୍ଟାବାଞ୍ଜି ନିବାସୀ ମୁକେଶ ଜୈନଙ୍କ ତେଲ ଗୋଦାମ ଚଟୁଅନକା ଗାଁରେ ଅଛି। ଗତ ୧୬ତାରିଖ ରାତିରେ କିଛି ଦୁର୍ବୃତ୍ତ ୩୫ ଟିଣ ତେଲ ଚୋରି କରି ନେଇଥିବା ୧୭ତାରିଖ ସକାଳୁ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ ଏହାର ତଦନ୍ତ କରି ଚଟୁଅନକା ଗାଁର ଧନୁର୍ଜୟ, ବବଲୁ ଓ ଆରିଫଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ଚୋରି ତେଲ ସେମାନେ ନୁନହାଡ଼ ଗାଁର ଡୋଳାମଣିଙ୍କ କିରାନା ଦୋକାନରେ ବିକ୍ରି କରିଥିବା ପୁଲିସକୁ କହିଥିଲେ। ଥାନା ଅଧିକାରୀ ରଶ୍ମିତା ବେହେରାଙ୍କ ନେତୃତ୍ବରେ ଏକ ଟିମ୍‌ ନୁନହାଡ଼ରୁ ତେଲ ଜବତ କରିବା ସହ ଡୋଳାମଣିଙ୍କୁ ଗିରଫ କରିଥିଲା। ଚାରି ଅଭିଯୁକ୍ତଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଥିଲା। ସେଠାରେ ସେମାନଙ୍କ ଜାମିନ ନାମଞ୍ଜୁର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe