ପୌର ଭୋଟ: ମଇଦାନରେ ୩୫୮ ପ୍ରାର୍ଥୀ

Advertisment
ଉପନିର୍ବାଚନ ପୂର୍ବରୁ ମାଷ୍ଟର ଷ୍ଟ୍ରୋକ୍, ୪୮୮ ​କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ 

image source--india ahead

କୋରାପୁଟ: କୋରାପୁଟ ଜିଲ୍ଲାର ୩ ପୌରପାଳିକା ଓ ଗୋଟିଏ ଏନଏସିରେ ଗୁରୁବାର ମତଦାନ ହେବ। ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏ ମତଦାନ ହେବାକୁ ଥିବାବେଳେ ୩୫୮ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ଏଥିପାଇଁ ବୁଧବାର ବୁଥ୍‌କୁ ଯାଇଛନ୍ତି ପୁଲିଂ ପାର୍ଟି। କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ୪ ପ୍ରାର୍ଥୀ ଓ ୨୧ ୱାର୍ଡରେ ୮୦  କାଉନସିଲର ପ୍ରାର୍ଥୀ ଲଢ଼ୁଛନ୍ତି । ସେହିପରି ସୁନାବେଡ଼ା ପୌରପରିଷଦ ଅଧୀନରେ  ୨୮ ୱାର୍ଡରେ ୯୩  କାଉନସିଲର ପ୍ରାର୍ଥୀଙ୍କ ସମେତ ୧୪  ପୌରାଧ୍ୟକ୍ଷ  ପଦବୀ  ପାଇଁ ପ୍ରାର୍ଥୀ ଲଢ଼ୁଛନ୍ତି।

ଅନ୍ୟ ପଟେ କୋଟପାଡ଼ ଏନଏସିର  ୧୩  ୱାର୍ଡରେ କାଉସିଲର ପଦବୀ  ଦୌଡ଼ରେ ୪୩  ଏବଂ ଅଧ୍ୟକ୍ଷ  ପଦ  ପାଇଁ ୫  ପ୍ରାର୍ଥୀ ରହିଛନ୍ତି। ସେହିପରି ଜୟପୁର ପୌରପାଳିକାର ୨୮ ୱାର୍ଡ ପାଇଁ ଜଣେ ପୌରାଧ୍ୟକ୍ଷ ଓ ୧୧୮ କାଉନସିଲର ପ୍ରାର୍ଥୀ ହୋଇଛନ୍ତି। କୋରାପୁଟରେ ୩୨ ହଜାରରୁ ଅଧିକ ଭୋଟର ରହିଥିବା ବେଳେ ସୁନାବେଢାରେ ୩୬ ହଜାର, କୋଟପାଡରେ ୧୨ହଜାର ୫୦୦ ଓ ଜୟପୁରରେ ୬୧ ହଜାର ଭୋଟର ରହିଛନ୍ତି। ମତାଦାନକୁ ବୃଦ୍ଧି କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦ରୁ ଅଧିକ ପିଙ୍କ ବୁଥ୍‌ ଓ ୧୨ରୁ ଅଧିକ ‌ମଡେଲ ବୁଥ୍‌ର ପ୍ରୟାସ କରାଯାଇଛି ବୋଲି ଜିଲ୍ଲାପାଳ ଅବଦ୍ଦଲ ଏମ.ଅଖତର କହିଛନ୍ତି ।

ପୌର ନିର୍ବାଚନ ପାଇଁ ଭୋଟରଙ୍କ ମଧ୍ୟରେ  କୌତୁହଳ ସୃଷ୍ଟି ହୋଇଥିବା ବେଳେ ନିର୍ବାଚନର ସୁପରିଚାଳନା ନିମନ୍ତେ ପ୍ରାଶାସନିକ ତତ୍ପରତା ପ୍ରକାଶ ପାଇଛି। ତେବେ କୋରାପୁଟ ଜିଲ୍ଲାର ତିନିଟ ପୌରପାଳିକା ଓ ଗୋଟିଏ ଏନଏସିରେ ୧୬୬ ବୁଥ୍‌ରେ ମତଦାନ ହେବ। ସେଥିରେୁ ୭୮ ସମ୍ବ‌େଦନଶୀଳ ବୁଥ୍‌ ରହିଥିବାବେଳେ ୧୦ ଅତିସମ୍ବ‌େଦନଶୀଳ ବୁଥ୍‌ ରହିଛି।  ପ୍ରତି ବୁଥରେ ଜଣେ କନଷ୍ଟେବଳ ଓ ଜଣେ ହୋମଗାର୍ଡ ରହିବେ। ଏହାସହ ଦୁଇ ଜଣ ଅତିରିକ୍ତ ଏସପି, ୪ ଏଡିସିପିଓଙ୍କୁ ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି। ଅପ୍ରତିକର ପରିସ୍ଥିତିକୁ ଏଡେଇବାକୁ ୧୮ ମୋବାଇଲ ପାର୍ଟି ରହିଛନ୍ତି। ଏହି ଟିମ୍‌ ଘଟଣା ଘଟିବା କ୍ଷଣି ତୁରନ୍ତ କଣ୍ଟ୍ରୋଲରୁମ୍‌କୁ ଖବର ଦେବା ପରିସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା କରିବ ବୋଲି ଏସପି ବରୁଣ ଗୁଣ୍ଟୁପାଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe