ଖୁସି ଖବର: ସୁସ୍ଥ ହେଲେ ଆଉ ୩୬ଜଣ କରୋନା ଆକ୍ରାନ୍ତ

Advertisment
ଖୁସି ଖବର: ସୁସ୍ଥ ହେଲେ ଆଉ ୩୬ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ବୁଧବାର ଆମ୍ଫାନ୍‌ ବାତ୍ୟା ତାଣ୍ଡବ ରଚୁଥିବା ବେଳେ ଏକ ଖୁସି ଖବର ସାମ୍ନାକୁ ଆସିଛି। ରାଜ୍ୟରେ ଆଉ ୩୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି। ତେବେ ସୁସ୍ଥ ହୋଇଥିବା ୩୬ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୨୩ଜଣ, ଯାଜପୁରରୁ ୫ଜଣ, ମୟୁରଭଞ୍ଜରୁ ୩ ଜଣ, ପୁରୀରୁ ୨ଜଣ, ଭଦ୍ରକରୁ ୨ଜଣ ଓ ରାଉକେଲାରୁ ଜଣେ ରହିଥିବା ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛନ୍ତି। ଏଥିସହିତ ଓଡ଼ିଶାରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୪୩ରେ ପହଞ୍ଚିଛି।

ଆଜି ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨କୁ ବୃଦ୍ଧି ପାଇଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୦୩ରେ ପହଞ୍ଚିଛି। ଆଜି ସୁସ୍ଥ ହୋଇଥିବା ୩୬ଜଣଙ୍କୁ ମିଶାଇଲେ ଏଯାବତ ୩୪୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କରୋନା ସଂକ୍ରମଣରେ ରାଜ୍ୟରେ ଏଯବାତ ୬ଜଣଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe