କନ୍ଧମାଳରେ କରୋନା କଟକଣା: ହଷ୍ଟେଲ ଛାଡିଲେ ୩୬ହଜାର ଅନ୍ତେବାସୀ 

Advertisment
କନ୍ଧମାଳରେ କରୋନା କଟକଣା: ହଷ୍ଟେଲ ଛାଡିଲେ ୩୬ହଜାର ଅନ୍ତେବାସୀ 

ଫୁଲବାଣୀ: କରୋନା କଟକଣା ଯୋଗୁ କନ୍ଧମାଳରେ ଆଜିଠୁ ହଷ୍ଟେଲ ଛାଡିଛନ୍ତି ଅନ୍ତେବାସୀ। ନିଜ ନିଜର ଅଭିଭାବକ ସହ ପିଲାମାନେ ଘରକୁ ଫେରିଛନ୍ତି। ଏଥି ନିମନ୍ତେ ପୁଅ ପିଲା ପାଇଁ ୨୨୫୦ ଓ ଝିଅ ପିଲା ପାଇଁ ୨୪୦୦ ଟଙ୍କା ଆଗୁଆ ୩ ମାସ ପାଇଁ ସ୍କଲାରସିପ ଅର୍ଥ ପ୍ରଦାନ କରାଯାଇଛି। ଆଉ ପିଲାମାନଙ୍କୁ କରୋନା ସତର୍କତା ଓ ସଚେତନତା ନେଇ ଅବଗତ କରାଯାଇଛି। ଏମିତି ସବୁ ଅଭିଭାବକଙ୍କୁ ମଧ୍ୟ ଅବଗତ କରାଯାଇ ଥିବା ନେଇ ଜିଲ୍ଲା ମଂଗଳ ଅଧିକାରୀ ଶେଷଦେବ ବେହେରା କହିଛନ୍ତି। ଜିଲ୍ଲାରେ ସମୁଦାୟ ୩୪୬ଟି ହଷ୍ଟେଲ ରହିଛି। ଏସବୁ ହଷ୍ଟେଲରେ ରହୁଥିଲେ ୩୬ହଜାର ପିଲା।

ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ବୁଧବାର ଠାରୁ କନ୍ଧମାଳରେ ଲଗ୍‌ଡାଉନ୍‌ ଆରମ୍ଭ ହେବ। ଏହା ମାର୍ଚ୍ଚ ୨୯ ଯାଏଁ ଜାରି ରହିବ।ସରକାରଙ୍କ କରୋନା କଟକଣା ପାଇଁ ଆଜି ସକାଳୁ ଅଭିଭାବକ ସହ ପିଲାମାନଙ୍କୁ ଛଡା ଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଗାଡିମଟର ବନ୍ଦ ଯୋଗୁଁ ଦୁରଦୁରାନ୍ତରୁ ଆସିଥିବା ଅଭିଭାବକ ପିଲାମାନଙ୍କୁ ଧରି ଚାଲିଚାଲି ଯାଉଥିବା ଦେଖିବାକୁ ମିଳିଥିଲା। ଆବଶ୍ୟକ ସ୍ଥଳେ ପିଲାମାନଙ୍କୁ ଘର ପହଞ୍ଚିବାର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ସ୍ଥଳେ ଜିଲ୍ଲାରେ କେତେକାଂଶରେ ବ୍ୟତିକ୍ରମ ଦେଖିବାକୁ ମିଳିଥିବା ବେଳେ ‌ଏହାକୁ ନାପସନ୍ଦ କରିଛନ୍ତି କୁଇ ସମାଜ ସମନ୍ବୟ ସମିତି ସାଧାରଣ ସମ୍ପାଦକ ଲମ୍ବୋଦର କହଁର ଓ ସ୍ବେଛାସେବୀ ମହାସଂଘ ଆବାହକ ଅଶୋକ ପରିଡା।

ଗଉଡ ସମାଜର କରୋନା ସଚେତନତା‌: ଗାଁଗାଁ ବୁଲି ବାଣ୍ଟିଲେ ମାସ୍କ ଓ ସାବୁନ

publive-image

କନ୍ଧମାଳ ଗଉଡ ସମାଜ ସେବା ସମିତି ଫିରିଙ୍ଗିଆ ଶାଖା ପକ୍ଷରୁ ଆଜି ବିଭିନ୍ନ ଗାଁରେ କରୋନା ମୁକାବିଲା କରିବା ଓ ସୁରକ୍ଷା ନେଇ ସଚେତନତା କରାଯାଇଛି। ଫିରିଙ୍ଗିଆ ଓ କେ.ନୂଆଗାଁ ବ୍ଳକର ବିଭିନ୍ନ ଗାଁରେ ସଭାପତି ପ୍ରେମାନନ୍ଦ ମାଝିଙ୍କ ନେତୃତ୍ବରେ ଲୋକଙ୍କୁ ସଚେତନତା କରାଯାଇଥିଲା। ଲୋକଙ୍କୁ ମାସ୍କ ଓ ସାବୁନ ବଣ୍ଟନ କରାଯାଇଥିଲା। ଏଥିରେ ଜାଗ୍ରତ କନ୍ଧମାଳ ସାଧାରଣ ସମ୍ପାଦକ ସତ୍ୟନାରାୟଣ ବେହେରା, ରମେଶଚନ୍ଦ୍ର ପ୍ରଧାନ, କ୍ଷୀରୋଦ ସାହାଣୀ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe