ପୁରୀ ରଥଯାତ୍ରା ପାଇଁ ୩୬୫ ସ୍ୱତନ୍ତ୍ର ଟ୍ରେନ୍, ୩୦୦ ଅଧିକ ଡାକ୍ତର ନିୟୋଜିତ ହେବେ

Advertisment

ଏଆଇ ସୁରକ୍ଷା ବ୍ୟବସ୍ଥା କରାଯିବ ଯାହା ସିସିଟିଭି କ୍ୟାମେରା ମାଧ୍ୟମରେ ନିୟନ୍ତ୍ରିତ ହେବ। ସମନ୍ୱିତ ନିୟନ୍ତ୍ରଣ କମାଣ୍ଡ ସେଣ୍ଟର ସହିତ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ବଜାୟ ରଖାଯିବ ଏବଂ ଏକ ୱାର ରୁମ୍ ସ୍ଥାପନ କରାଯିବ...

ଏଆଇ ସୁରକ୍ଷା ବ୍ୟବସ୍ଥା କରାଯିବ ଯାହା ସିସିଟିଭି କ୍ୟାମେରା ମାଧ୍ୟମରେ ନିୟନ୍ତ୍ରିତ ହେବ। ସମନ୍ୱିତ ନିୟନ୍ତ୍ରଣ କମାଣ୍ଡ ସେଣ୍ଟର ସହିତ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ବଜାୟ ରଖାଯିବ ଏବଂ ଏକ ୱାର ରୁମ୍ ସ୍ଥାପନ କରାଯିବ...

365 special trains, 300 more doctors to be deployed for Puri Rath Yatra

365 special trains, 300 more doctors to be deployed for Puri Rath Yatra Photograph: (sambad.in)

ପୁରୀ: ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ସୋମବାର ଓଡିଶାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। 

ରିପୋର୍ଟ ଅନୁଯାୟୀ, ଆଗାମୀ ରଥଯାତ୍ରା ୨୦୨୫ସମୟରେ ପୁରୀକୁ ୩୬୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ।

ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ  ୩୦୦ ଡାକ୍ତରଙ୍କୁ ନିୟୋଜିତ କରାଯିବ। ତେଣୁ କୋଭିଡ୍ ପାଇଁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ଏଆଇ ସୁରକ୍ଷା ବ୍ୟବସ୍ଥା ସିସିଟିଭି କ୍ୟାମେରା ମାଧ୍ୟମରେ ନିୟନ୍ତ୍ରିତ ହେବ। ସମନ୍ୱିତ ନିୟନ୍ତ୍ରଣ କମାଣ୍ଡ ସେଣ୍ଟର ସହିତ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ବଜାୟ ରଖାଯିବ ଏବଂ ଏକ ୱାର୍ ରୁମ୍ ସ୍ଥାପନ କରାଯିବ।

ଏହା ସହିତ ରଥ ନିର୍ମାଣ ଅଗ୍ରଗତି,ରାସ୍ତାଘାଟ ମରାମତି, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ଆଇନ ଶୃଙ୍ଖଳା ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ଟ୍ରାଫିକ କଟକଣା ଏବଂ ଯୋଗାଯୋଗ ବ୍ୟବସ୍ଥା ଇତ୍ୟାଦି ପ୍ରସଙ୍ଗରେ ବିଭିନ୍ନ ବିଭାଗୀୟ ଅଧିକାରୀ, ସେବାୟତ ବୃନ୍ଦ, ରଥଯାତ୍ରା ସମନ୍ୱୟ କମିଟି ଏବଂ ପୁରୀ ସହରର ବରିଷ୍ଠ ନାଗରିକ ମାନଙ୍କ ସହ ଆଲୋଚନା କରି ସମସ୍ତଙ୍କ ସହଯୋଗ ଲୋଡ଼ିଥିଲି।

ତତସହିତ ଶ୍ରଦ୍ଧାଳୁଙ୍କ ସମାଗମ ଆଶଙ୍କା କରାଯାଉଥିବାରୁ ପାନୀୟଜଳ, ଶୌଚାଳୟ, ରହଣି ସୁବିଧା, ଅପରାଧ ଦମନ, ଭିଡ଼ ନିୟନ୍ତ୍ରଣ, ଠାକୁରଙ୍କ ଶୃଙ୍ଖଳିତ ଦର୍ଶନ, ଉଚିତ୍ ମୂଲ୍ୟରେ ମହାପ୍ରସାଦ ଉପଲବ୍ଧ କରିବା, ବସ ଓ ଟ୍ରେନ୍ ଯାତ୍ରାକୁ ସହଜ ଓ ସୁଗମ କରିବା, ସଫେଇ, ଉତ୍ତମମାନର ଖାଦ୍ୟ ବିକ୍ରି, ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ସର୍ବୋପରି ରଥଯାତ୍ରାରେ ନୀତିନିର୍ଘଣ୍ଟ ଓ ନୀତିକାନ୍ତି ଉପରେ ଆଲୋଚନା ହୋଇଥିଲା।

ଅଧିକ ପଢ଼ନ୍ତୁ: ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ: ରାଜସ୍ୱ ମନ୍ତ୍ରୀଙ୍କ କଡ଼ା ଚେତାବନୀ

ବୈଠକରେ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ, ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ, ଅତିରିକ୍ତ ମୁଖ୍ୟ ସଚିବ, ସାଂସଦ, ବିଧାୟକ, ସୁରକ୍ଷା ଅତିରିକ୍ତ ନିର୍ଦ୍ଦେଶକ ଏବଂ ଜିଲ୍ଲାପାଳ ଏବଂ ଏସପି ଉପସ୍ଥିତ ଥିଲେ।

ଅଧିକ ପଢ଼ନ୍ତୁ:ପୁରୀ ରଥଯାତ୍ରାରେ ମାଗଣା ଅଟୋ ରିକ୍ସା ସେବା ଉପଲବ୍ଧ ହେବ: ପରିବହନ ମନ୍ତ୍ରୀ

Prithiviraj Harichandan

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe