ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ୩୭.୭୩% ଜଳ ସଂରକ୍ଷଣ

Advertisment

୧୫ ‌ଯାଏ ବଢ଼ିପାରେ ରବି ଜଳସେଚନ ଅବଧି

୧୫ ‌ଯାଏ ବଢ଼ିପାରେ ରବି ଜଳସେଚନ ଅବଧି

ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ୩୭.୭୩% ଜଳ ସଂରକ୍ଷଣ

ETEnergyworld

ଜୟପାଟଣା: ଗତ ଜାନୁଆରି ୬ ତାରିଖରେ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଆରମ୍ଭ ହୋଇଥିଲା ରବି ଜଳସେଚନ। ଆସନ୍ତା ୬ ତାରିଖ ଏହାର ଅବଧି ସରିବାକୁ ଥିବା ବେଳେ ଚାଷୀଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ମେ’ ୧୫ ପର୍ଯ୍ୟନ୍ତ ଜଳସେଚନକୁ ବୃଦ୍ଧି କରାଯାଇ ପାରେ ବୋଲି ସମର୍ଥିତ ସୂତ୍ରରୁ ଜଣା ପଡ଼ିଛି। ତେବେ ଧାନ ପାକଳ ହୋଇ ଆସୁଥିବାରୁ ବର୍ତ୍ତମାନ ଜଳ ଯୋଗାଣ ବନ୍ଦ ହେଲେ ଚାଷୀମାନେ ଧାନ ଅମଳ କରିବା ପାଇଁ ଅପେକ୍ଷା କରି ରହିଛନ୍ତି।

ଗତ ୬ ଜାନୁଆରିରେ ଇନ୍ଦ୍ରାବତୀ ଜଳଭଣ୍ଡାର ଜଳପତ୍ତନ ୬୩୮ ମିଟର ଥିବାବେଳେ ଜଳସେଚନ ଆରମ୍ଭ କରାଯାଇ ବାମ କେନାଲ ଓ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲର ୪୭,୫୧୨ହେକ୍ଟର ଜମିକୁ ଜଳସେଚିତ କରା ଯାଇଥିଲା। ୫ମାସ ପରେ ଜଳଭଣ୍ଡାରର ଜଳସ୍ତର ୬୩୨.୮୬ ମିଟରରେ ପହଞ୍ଚିଛି। ଅର୍ଥାତ୍ ମୋଟ ଜଳ ସଂରକ୍ଷଣ ୩୭.୭୩%ରେ ପହଞ୍ଚି ସାରିଥିବା ଜଣାପଡ଼ିଛି। ଚଳିତବର୍ଷ ଜଳ ଭଣ୍ଡାରରେ ଗଚ୍ଛିତ ଜଳର ପରିମାଣ ସନ୍ତୋଷଜନକ ଥିବାବେଳେ ରବି ଜଳସେଚନ ଅବଧି ପରେ ସେହି ଗଚ୍ଛିତ ଜଳକୁ କେବଳ ବିଦ୍ୟୁତ୍ ଉତ୍ପାଦନରେ ଖର୍ଚ୍ଚ ନ କରି ପରବର୍ତ୍ତୀ ଖରିଫ ଜଳସେଚନ ପାଇଁ ସଞ୍ଚିତ କରି ରଖିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe