ଠାକୁରଘରୁ ୩୭ ଲିଟର ମଦ ଜବତ, ବେପାରୀ ଗିରଫ

Advertisment
ଠାକୁରଘରୁ ୩୭ ଲିଟର ମଦ ଜବତ, ବେପାରୀ ଗିରଫ

ବାଲିଅନ୍ତା: ଭୁବନେଶ୍ବର ଅବକାରୀ ବିଭାଗ ଟିମ ଆଜି ପୂର୍ବାହ୍ନରେ ସ୍ଥାନୀୟ ସରକଣା ଗ୍ରାମର ଦିଲ୍ଲୀପ କୁମାର ଦାସଙ୍କ (୩୧) ଘରେ  ଅତର୍କିତ ଚଢ଼ଉ କରି ବିପୁଳ ପରିମାଣର ଚୋରାମଦ ଜବତ କରିଛି । ଏଥିସହିତ ଏହି ଟିମ ଚୋରାମଦ କାରବାର ମାମଲାରେ ଘଟଣାସ୍ଥଳରୁ ଦିଲ୍ଲୀପ କୁମାର ଦାସ(୩୧) କୁ ଗିରଫ କରିଥିଲା। ଦିଲ୍ଲୀପ ନିକଟରୁ ୧୨.୬୦୦ ଲିଟର ବିଦେଶୀ, ୧୩ ଲିଟର ବିଅର ବୋତଲ ଏବଂ ୧୨ ଲିଟର ଆସ୍କାଫର୍ଟି ମଦ ଜବତ କରାଯାଇଥିଲା।

ସୂଚନା ଅନୁସାରେ ଦିଲ୍ଲୀପ ଜଣେ ପେସାଦାର ଚୋରାମଦ ବ୍ୟବସାୟୀ। ଚୋରାମଦ କାରବାର ମାମଲାରେ ପୂର୍ବରୁ ବାଲିଅନ୍ତା ଥାନା ପୁଲିସ ଏବଂ ଅବକାରୀ ବିଭାଗ ଅନେକ ଥର ଦିଲ୍ଲୀପକୁ ଜେଲ ହାଜତକୁ ପଠାଇଛି। ହେଲେ ଦିଲ୍ଲୀପ ଜାମିନରେ ଆସି ସବୁଥର ଭଳି ପୁଣି ମଦ କାରବାର ଚଳାଇଥିଲା। ଆଜି ପୂର୍ବାହ୍ନରେ ଅବକାରୀ ବିଭାଗ ଟିମ ଦିଲ୍ଲୀପଙ୍କ ଠାକୁର ଘରେ ଅତର୍କିତ ଚଢ଼ଉ କରି ଉପରୋକ୍ତ ପରିମାଣର ମଦ ଜବତ କରିଥିଲା। ଦିଲ୍ଲୀପକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ କୋର୍ଟରେ ଜାମିନ ଖାରଜ ହୋଇଯିବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଇନ୍ସପେକ୍ଟର ବିକାଶ ଚନ୍ଦ୍ର ନାୟକ ଏବଂ  ଏସଆଇ ଅଂଶୁମାନ ଜେନାଙ୍କ ନେତୃତ୍ବରେ ୧୦ ଜଣିଆ ଟିମ ଚଢ଼ଉ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe