୩୭ଟି କଇଁଛ ସହ ଦୁଇ ଅଭିଯୁକ୍ତ ଗିରଫ

ନବରଂଗପୁର ଜିଲ୍ଲା ଝରିଗାଁ ବନ ବିଭାଗକୁ ମିଲିଛି ଏକ ବଡ଼ ସଫଳତା। ଗତକାଲି ରାତ୍ର କଂଗ୍ରା ବିଟରେ ପେଟ୍ରୋଲିଙ୍ଗ ସମୟରେ ୩୭ଗୋଟି କଇଁଛ ସହ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ। ଅଭିଯୁକ୍ତମାନେ ହେଲେ ଦୀପଙ୍କର ରାୟ (୪୦)ଏବଂ କମଳ ଗଣ୍ଡ (୩୨)।

Jharigaon

ଝରିଗାଁ: ନବରଂଗପୁର ଜିଲ୍ଲା ଝରିଗାଁ ବନ ବିଭାଗକୁ ମିଲିଛି ଏକ ବଡ଼ ସଫଳତା। ଗତକାଲି ରାତ୍ର କଂଗ୍ରା ବିଟରେ ପେଟ୍ରୋଲିଙ୍ଗ ସମୟରେ ୩୭ଗୋଟି କଇଁଛ ସହ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ। ଅଭିଯୁକ୍ତମାନେ ହେଲେ ଦୀପଙ୍କର ରାୟ (୪୦)ଏବଂ କମଳ ଗଣ୍ଡ (୩୨)।

ଝରିଗାଁ ବନ ବିଭାଗ କଇଁଛ ଚୋରି ଚାଲାଣ ହେଉଥିବା ନେଇ କୌଣସି ପ୍ରକାରେ ସୂଚନା ପାଇଁ ଝରିଗାଁ ବନ ବିଭାଗ ପକ୍ଷରୁ ରେଞ୍ଜର ଗୋବିନ୍ଦ ନାୟକ, କଂଗ୍ରା ଫରେଷ୍ଟର ଅମିତ କୁମାର ଦାସ, ମୋହରା ଫରେଷ୍ଟର ବିପିନ ହରିଜନ ଓ ରମାକାନ୍ତ ସାହୁ ପ୍ରମୁଖ ରାତ୍ର ୧୧ ଘଣ୍ଟା ସମୟରେ କଂଗ୍ରା ଗ୍ରାମରେ ଅଟକି ରହିଥିଲେ। ସେହି ସମୟରେ ଉମରକୋଟ ଅଞ୍ଚଳା ଗ୍ରାମର ଦୁଇ କଇଁଛ ଚାଲାଣକାରୀ ଦୀପଙ୍କର ରାୟ  ଏବଂ କମଳ ଗଣ୍ଡ ବାଇକ (ସିଜି ୦୫ ସି ୮୫୩୮) ଯୋଗେ ଏକ ବସ୍ତାରେ ୩୭ଟି କଇଁଛ ଧରି ଆସୁଥିଲେ।ବନ ବିଭାଗ କର୍ମଚାରୀ ବାଇକ ଅଟକାଇ ତଦାରଖ କରିବା ପରେ ୩୭ଟି ଜୀବନ୍ତ କଇଁଛ ଉଦ୍ଧାର କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଝରିଗାଁ ବନ ବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ।ଆଜି ସକାଳୁ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଲିଛି।ସେହିପରି କଇଁଛ ଗୁଡିକୁ ସୁରକ୍ଷିତ ଭାବେ କୌଣସି ଏକ ଜଳାଶୟରେ ଛଡ଼ାଯିବା ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe