ବନ୍ୟାରେ ୩୮ଟି ଘାଇ ସୃଷ୍ଟି ହୋଇଛି

Advertisment
ବନ୍ୟାରେ ୩୮ଟି ଘାଇ ସୃଷ୍ଟି ହୋଇଛି

ଭୁବନେଶ୍ୱର : ଗତ ବନ୍ୟାରେ ମହାନଦୀ ଅବବାହିକା ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ଜଳକା ଆଦି ନଦୀର ବନ୍ଧର ବିଭିନ୍ନ ସ୍ଥାନରେ ଘଳିଆ ସୃଷ୍ଟି ହେବା ଦ୍ବାରା ମୋଟ୍‌ ୩୮ଟି ଘାଇ ସୃଷ୍ଟି ହୋଇଛି। ୩୭ଟି ଘାଇକୁ ବହ୍ଲା, ବାଉଁଶ, ବାଲିବସ୍ତା ଦ୍ବାରା ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ଅନ୍ୟ ଗୋଟିଏ ଘାଇକୁ ତୁରନ୍ତ ବନ୍ଦ କରିବାକୁ ପଦକ୍ଷେପ ନିଆଯାଉଛି। ଏହି ଘାଇଗୁଡ଼ିକର ସ୍ଥାୟୀ ମରାମତି ନିମନ୍ତେ ପ୍ରାୟ ୩୫ କୋଟି ଟଙ୍କା‌ର ଆବଶ୍ୟକତା ରହିଛି। ବର୍ଷା ଋତୁ ପରେ ଏହାର ସ୍ଥାୟୀ ମରାମତି କାର୍ଯ୍ୟ ହାତକୁ ନିଆଯିବ। ବିଧାନସଭାରେ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe