କର୍ଣ୍ଣାଟକରେ ୨ ‘ଓମିକ୍ରନ୍’ ସଂକମିତ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଲା, ‘ଓମିକ୍ରନ୍ ରିସ୍କ’ ଦେଶରୁ ଓଡ଼ିଶା ଫେରିଛନ୍ତି ୩୮୦

Advertisment
କର୍ଣ୍ଣାଟକରେ ୨ ‘ଓମିକ୍ରନ୍’ ସଂକମିତ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଲା, ‘ଓମିକ୍ରନ୍ ରିସ୍କ’ ଦେଶରୁ ଓଡ଼ିଶା ଫେରିଛନ୍ତି ୩୮୦

ଭୁବନେଶ୍ବର: ଆଜି ସଂଧ୍ୟାରେ କର୍ଣ୍ଣାଟକରେ ଦୁଇ ‘ଓମିକ୍ରନ୍’  ସଂକମିତ ଚିହ୍ନଟ ହେବାପରେ ଭାରତୀୟମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଓଡ଼ିଶାରେ ବି ‘ଓମିକ୍ରନ୍’  ସଂକମିତ ଚିହ୍ନଟ ହେବା ଆଶଙ୍କା ଦେଖାଦେଇଛି। ସାରକାରୀ ତଥ୍ୟ ଅନୁସାରେ,  ‘ଓମିକ୍ରନ୍ ରିସ୍କ’ ଦେଶରୁ ବର୍ତମାନ ସୁଦ୍ଧା ଓଡ଼ିଶା ଫେରିଛନ୍ତି ୩୮୦ ଜଣ । ୨୮ ତାରିଖ ସୁଦ୍ଧା ୨୨୪ ଜଣ ଓଡ଼ିଶାକୁ ଆସିଥିବା ବେଳେ ୨୯ ତାରିଖରେ ୧୫୬ ଜଣ ରାଜ୍ୟକୁ ଆସିଛନ୍ତି । ସମସ୍ତ ପ୍ରକାର ଟେଷ୍ଟ କରି ଏମାନେ ଓଡ଼ିଶା ଫେରିଛନ୍ତି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ବିଦେଶ ଫେରନ୍ତାଙ୍କ ତଥ୍ୟ ଜିଲ୍ଲା ପ୍ରଶାସନକୁ ଦିଆଯାଇଛି ।

ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଯେଉଁମାନେ ‘ଓମିକ୍ରନ୍ ରିସ୍କ’ ଦେଶରୁ ଆସୁଛନ୍ତି, ସେମାନେ ନେଗେଟିଭ୍ ରିପୋର୍ଟ ସାଥିରେ ନେଇ ଆସିବେ । ଏଥିସହ ନିଜ ବିଷୟରେ ସଂପୂର୍ଣ୍ଣ ତଥ୍ୟ ରାଜ୍ୟ ସରକାରଙ୍କ ପୋର୍ଟାଲରେ ଦେବା ଲାଗି ବାଧ୍ୟତାମୂଳକ କରାଯାଇଛି । ବିମାନ ବନ୍ଦରରେ କୋଭିଡ୍ ଟେଷ୍ଟ କରାଯାଉଛି । ରିପୋର୍ଟ ପଜିଟିଭ୍ ଆସିଲେ ଆଇସୋଲେସନ୍କୁ ପଠାଯାଉଛି । ନେଗେଟିଭ୍ ଥିଲେ ୭ ଦିନ ସଂଗରୋଧରେ ରହିବାକୁ କୁହାଯାଉଛି।

ଏହାପରେ ଅଷ୍ଟମ ଦିନ ପୁଣି ଥରେ ଟେଷ୍ଟ କରାଯାଉଛି । ଯଦି ପଜିଟିଭ୍ ଆସେ ତେବେ ଆଇସୋଲେସନରେ ରହିବାକୁ କୁହାଯାଉଛି। ନଚେତ୍ ଆଉ ୭ ଦିନ ସେଲଫ୍ ଅବଜରଭେସନରେ ରଖାଯିବାକୁ ପରାମର୍ଶ ଦିଆଯାଉଛି । ବିଦେଶ ଫେରନ୍ତାଙ୍କୁ ମୋଟ୍ ୧୪ ଦିନ ସଙ୍ଗରୋଧରେ ରହିବା ନିୟମ କରିଛନ୍ତି ରାଜ୍ୟ ସରକାର । ଯେଉଁମାନଙ୍କର ପଜିଟିଭ୍ ଆସିବ ସେମାନଙ୍କର ଜିନମ୍ ସିକ୍ୱେସିଂ କରାଯିବ । ସବୁ ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe